ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି)– ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଅଗଷ୍ଟ ମାସର ଦରମା ସେପ୍ଟେମ୍ବର ୧ ତାରିଖ ପରିବର୍ତ୍ତେ ଅଗଷ୍ଟ ୩୧ ତାରିଖରେ ପ୍ରଦାନ କରାଯିବ । ରାଜ୍ୟ ସରକାର ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି । ସେପ୍ଟେମ୍ବର ୧, ୨ ଓ ୩ ତାରିଖ ଛୁଟି ପଡୁଥିବାରୁ ସରକାର ଏଭଳି ନିଷ୍ପିତ୍ତି ନେଇଛନ୍ତି । ବିଶେଷ କରି ସେପ୍ଟେମ୍ବର ୩ ତାରିଖରେ ନୂଆଁଖାଇ ପଡୁଥିବାରୁ କର୍ମଚାରୀଙ୍କ ସୁବିଧା ଲାଗି ସରକାର ଏଭଳି ପଦକ୍ଷେପ ନେଇଛନ୍ତି । କେବଳ କର୍ମଚାରୀ ନୁହଁନ୍ତି ଅବସରପ୍ରାପ୍ତ କର୍ମଚାରୀଙ୍କୁ ବି ସେମାନଙ୍କ ପେନସନ ସେପ୍ଟେମ୍ବର ୧ ତାରିଖ ପୂର୍ବରୁ ମିଳିବ ।