ଅପରାଧ ପୃଷ୍ଟଭୂମିରେ ଥିବା ବ୍ୟକ୍ତିଙ୍କୁ ଟିକେଟ ଦିଆନଯାଉ

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଆଗକୁ ଆସୁଛି ସାଧାରଣ ନିର୍ବାଚନ ସେଇପରିପ୍ରେକ୍ଷ୍ୟରେ ଓଡିଶା ଇଲେକ୍ସନ ଓ୍ୱାଚ ଆଜି ଏକ ସମ୍ବାଦିକ ସମ୍ମିଳନିରେ ଅପରାଧ ପୃଷ୍ଟଭୂମି ଥିବା ଏବଂ ଜଘନ୍ୟ ଅପରାଧରେ ଜଡିତ ଲୋକଙ୍କୁ ନିର୍ବାଚନ ଲଢିବାରୁ ବାଦ ଦିଆଯିବା ସହ ସମାନଙ୍କୁ ଟିକେଟ ଦେବାରୁ ନିବୃତ୍ତ କରିବା ପାଇଁ ସବୁ ରାଜନୈତିକ ଦଳକୁ ନିବେଦନ କରିଛନ୍ତି ।

ଓଡିଶା ଇଲେଲସନ ଓ୍ୱାଚ ନିର୍ବଚନ ପ୍ରକିୟାରେ ଭୋଟରଙ୍କୁ ସଚେତନ କରିବା ନିମନ୍ତେ ଏଡିଆର ସହଯୋଗରେ ବ୍ୟପକ ଭୋଟାର ସଚେତନାତା କାର୍ଯ୍ୟକ୍ରମ ହାତକୁ ନେବାର ସ୍ତିର କରିଛି । ବିଶେସ କରି ଅଗାମୀ ସାଧାରଣ ନିର୍ବଚନରେ ଯୁବ ବର୍ଗ ଓ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ସହିତ ନୈତିକତା ଆଧାରରେ ଭୋଟ ଦାବ ଉପରେ ଗୁରୁତ୍ୱ ଦିଆଯିବ । ଲୋକନୃତ୍ୟ, ପଥପ୍ରାନ୍ତନାଟକ ସହ ମୋବାଇଲ ଭ୍ୟାନ ପ୍ରଚାର ଅଭିଯାନ ଚାଲିବ ତାସହ ହମ ବଦଲେଙ୍ଗେ ଅପନା ଭାରାତ ଏକ ଅଭିଯାନ ଆରମ୍ଭ ହେବ ଏହା ଦ୍ୱାରା ସବୁ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଯିବ ।