ଫଇସଲା ନ ହୋଇ ପଡିରହିଛି ବହୁ ସଂଖ୍ୟକ ଇ-ଚାଲାଣ

ଫଇସଲା ନ ହୋଇ ପଡିରହିଛି ବହୁ ସଂଖ୍ୟକ ଇ-ଚାଲାଣ । ନିର୍ଦ୍ଧାରିତ ସମୟରେ RTO ଏବଂ ପୋଲିସ କର୍ତ୍ତୃପକ୍ଷଙ୍କ ସ୍ତରରେ ଫଇସଲା ହୋଇନପାରି କୋର୍ଟରେ ବିଚାରଧୀନ ଅଛି । ସରକାର ଆଇନ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହେଲା କମିଟି । ୩୧ ଜୁଲାଇ ୨୦୨୫ରେ ବିଭିନ୍ନ କୋର୍ଟରେ ପଡିରହିଥିବା ମାମଲା ପ୍ରତ୍ୟାହାର କରିବାକୁ ସରକାରଙ୍କୁ ପଦ୍ଧତି ଯାଞ୍ଚ ଏବଂ ସୁପାରିଶ କରିବ ପ୍ରମୁଖ ସଚିବ, ଆଇନ ବିଭାଗ –ଅଧକ୍ଷ ପରିବହନ କମିଶନର -ସଦସ୍ୟ ସଂଯୋଜକ ଅତିରିକ୍ତ ସଚିବ (ନ୍ୟାୟିକ), ଆଇନ ବିଭାଗ –ସଦସ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗର ଅତିରିକ୍ତ ସଚିବ –ସଦସ୍ୟ ଗୃହ ବିଭାଗର ଅତିରିକ୍ତ ସଚିବ -ସଦସ୍ୟ ।