ଭୁବନେଶ୍ଵର: ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନାଙ୍କର ମର୍ମଭରା ଅଭିବ୍ୟକ୍ତି। ସ୍ୱାସ୍ଥ୍ୟ ଖରାପ ଥିଲା ବେଳେ ବିଜେଡି ନେତାଏ ପଚାରିଲେ ନାହିଁ। ଫୋନ୍ କଲେନି କି ହସ୍ପିଟାଲ୍ ଚିକିତ୍ସା ନେଇ ପଚାରିଲେନି। ବିଜେଡିର ଅଣଦେଖା ମୃତ୍ୟୁର ଅନ୍ୟତମ କାରଣ ।

ସେ ଆହୁରି କହିଛନ୍ତି, ସ୍ବାସ୍ଥ୍ୟ ଖରାପ ଥିଲା ବେଳେ ବିଜେଡି ନେତାଏ ପଚାରିଲେନି । ଫୋନ୍ କଲେନି କି ହସ୍ପିଟାଲ୍ ଚିକିତ୍ସା ନେଇ ପଚାରିଲେନି । ଅସୁସ୍ଥତା ବେଳେ ନିଜ ଦଳର ସପୋର୍ଟ ଆତ୍ମବଳ ବଢ଼ାଏ, କିନ୍ତୁ କଲେନି । ବିଜେଡିର ଅଣଦେଖା ବେମାରୀର ଅନ୍ୟତମ କାରଣ । ଆଜି ଏହି ଲୋକ ଆମ ପରିବାର ଉପରେ ଟିପ୍ପଣୀ କରୁଛନ୍ତି । ୨୪ ବର୍ଷ ଦଳ ସହ ରହିବା ପରେ ସମ୍ବେଦନଶୀଳ ରାଜନୀତି ଠିକ୍ ନୁହେଁ । ବିଜେଡିର ପ୍ରଚାରରେ ଆମ ପରିବାର ନାଁ ନେବାକୁ ବିରୋଧ କରୁଛୁ । ଟଙ୍କା ନେଇ ଅନ୍ୟଦଳକୁ ଯିବା ଆରୋପ ମିଥ୍ୟା, ବିକାଶ ପାଇଁ ମିଶ୍ରଣ । ଉତ୍ତରାଧିକାରୀ କିଏ ହେବ ପରିବାର ନିଷ୍ପତ୍ତି ନେବ, କୌଣସି ଦଳ ନୁହେଁ ।

ଜୟଙ୍କ ନାଁରେ ମିଛ ଅପପ୍ରଚାର କରି ବିଜେଡି ହୀନ ରାଜନୀତି କରୁଛି । ପିତୃତୂଲ୍ୟ ନବୀନଙ୍କ ବେଇମାନ ଉପଖ୍ୟାନକୁ ନେଇ କ୍ଷୋଭ ପ୍ରକାଶ ସହ ମୁହଁତୋଡ ଜବାବ ମଧ୍ୟ ଦେଇଛନ୍ତି ଜୟ । କହିଛନ୍ତି, ବାପାଙ୍କ ଅସମୟରେ ଦେଖିବାକୁ ନା ଦଳ ଆସିଥିଲା ନା ନିଜେ ନବୀନ । ଏବେ ନିର୍ବାଚନ ପ୍ରଚାର କରିବାକୁ ଆସୁଛନ୍ତି । ଦେହାନ୍ତ ପରେ ଫୋନ୍ କରି କେବଳ ଶୋକପ୍ରକାଶରେ ନିଜକୁ ସୀମିତ ରଖିଥିଲେ । ଭୋଟର ସବୁ ଜାଣନ୍ତି, ଜବାବ ଦେବେ । ଜୟଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ଢୋଲକିଆ ପରିବାର ଓ ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ନୂଆପଡା ରାଜନୀତିକୁ ଉଷ୍ମ କରିଛି। ହେଲେ ପ୍ରଶ୍ନ ଉଠୁଛି, ବ୍ୟକ୍ତିଗତସ୍ତରର ରାଜନୀତିକୁ ଗ୍ରହଣ କରିବେ ତ ନୂଆପଡ଼ାବାସୀ ?