(ଓମ୍ ପ୍ରକାଶ ମିଶ୍ର): ଆସନ୍ତା ୩୦ ତାରିଖରେ ବିଜେଡି ପକ୍ଷରୁ ଏକ ବିରମହାରାଜପୁର ବ୍ଲକ ନିର୍ବାଚନୀ ମଣ୍ଡଳୀର ଉଲୁଣ୍ଡାଠାରେ ଅନୁଷ୍ଠିତ ହେବ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ଭେଟଘାଟ କାର୍ଯ୍ୟକ୍ରମ କିପରି ସଫଳତାର ସହ ଆୟୋଜନ କରାଯିବ ସେନେଇ ବିରମହାରାଜପୁର ବ୍ଳକ ଜଟେସିଗା ଆମ୍ବବୁରି ଠାରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ନିର୍ବାଚନୀ ମଣ୍ଡଳୀରୁ ସମସ୍ତ ଗ୍ରାମ ପଞ୍ଚାୟତର ଲୋକ କିଭଳି ସମବେତ ହେବେ ସେନେଇ ବୈଠକରେ ଆଲୋଚନା କରିଥିଲେ । ବ୍ଳକ ସଭାପତି ମୃତୁଞ୍ଜୟ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଳକ ବିଜେଡି ସମ୍ପାଦକ ରଞ୍ଜିତ କୁମାର ରଥ ଓ ବିଧାୟକ ପ୍ରତିନିଧି ନାରାୟଣ ଲୁହାଙ୍କ ସମେତ ଦଳର ଅନେକ କର୍ମୀ ଓ ନେତା ଯୋଗ ଦେଇଥିଲେ।