ପ୍ରାତଃଭ୍ରମଣ ବେଳେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

(ରିପୋର୍ଟସଟୁଡେ): କଳାହାଣ୍ଡି ଡୁମେରମୁଣ୍ଡାରେ ଘଟିଛି ଅଭବନୀୟ ଘଟଣା । ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି । କଲାହାଣ୍ଡି ଡୁମେରମୁଣ୍ଡାରେ ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ମୃତକ ଯୁବକ ଜଣକ କଲମପୁର ପାଣିଗାଁର କୈଳାସ ଚନ୍ଦ୍ର ମାଝୀ । ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଜଣାପଡିଛି ।

ଆଜି ପ୍ରାତଭ୍ରମଣ ପାଇଁ ଯାଇଥିବାବେଳେ ତାଙ୍କୁ ପଥରରେ ଛେଚି ଦୁର୍ବୃତମାନେ ହତ୍ୟା କରି ଫିଙ୍ଗି ଦେଇ ଚାଲି ଯାଇଛନ୍ତି । ଘର ପାଖ ବିଲରୁ କୈଳାସଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ଏଭଳି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ତେବେ ଏହି ଘଟଣାକୁ ନେଇ ଗାଁରେ ଉତେଜନା ଦେଖାଦେଇଥିବାବେଳେ ଜୟପାଟଣା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।