ଭୁବନେଶ୍ୱର: କଟକର ଦଶହରା ରେ ମୋକିମ୍ ଓ ପିସିସି ସଭାପତିଙ୍କ ଭେଟ ଘାଟକୁ ନେଇ ବଢିଲା ଚର୍ଚ୍ଚା । କଂଗ୍ରେସ ରୁ ଲଢ଼ିବା ନେଇ ପ୍ରତିକ୍ରିୟା ରଖିଲେ ମହମଦ ମୋକିମ । ଖୁବ ଶୀଘ୍ର ଉଠିବ ନୀଳମ୍ବନ। ଦଳ ମୋତେ ସସ୍ପେଣ୍ଡ କରିଛି, କିନ୍ତୁ ମୁଁ ମୋ ନିର୍ବାଚନ ମଣ୍ଡଳୀରେ ଅଛି । ଆଗକୁ ଚିତ୍ର ହେବ ସ୍ପଷ୍ଟ।ବାରମ୍ବାର କହିଛି ମୁଁ କଂଗ୍ରେସ ତୃଣ ମୂଳ ସ୍ତରର ନେତା । ଯେତେ ଆକ୍ସନ ନେଲେ ବି ଅଛି ରହିବି। ଖୁବ୍ ଶୀଘ୍ର ମୋତେ ଦଳ ଗ୍ରହଣ କରିବ। ସାମୁହିକ ନିଲମ୍ବନ ହୋଇଛି। ପୁଣି ଦଳ ମୋତେ ଆପଣାଇ ମୋତେ ମୋ ଦାୟିତ୍ଵ ଫେରାଇବ । ଗୋଟେ ଦଳର ନେତା ଆମେ ସବୁ ଏକାଠି ହେବା ବହୁତ୍ ଖୁସି ଲାଗିଲା। ପୂଜା ଘରେ ଏକତ୍ରିତ ହେଲୁ । ମୁଁ କଂଗ୍ରେସରୁ ଲଢ଼ିବି । କଟକ ସହର ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧ। ସମସ୍ତେ ଆସନ୍ତି ଦେଖିବା ପାଇଁ। ପୂଜା ମଣ୍ଡପରେ ସଭାପତିଙ୍କ ସହ ଭେଟ ଘାଟ ହେଲା । ଉଭୟ ଆଲିଙ୍ଗନ କଲୁ। ଆକସ୍ମିକ ଦେଖା ଥିଲା କିନ୍ତୁ ଭଲ ଦେଖା ସାକ୍ଷାତ ହେଲା।