ପାଟଣାରେ ‘ମୁଁ ହିରୋ ମୁଁ ଓଡିଶା’

(ବିଜୟ କୁମାର କାରୁଆ): କେନ୍ଦୁଝର ଜିଲ୍ଲା ପାଟଣାବ୍ଲକ ଆନେନ୍ଦଶ୍ୱର ମନ୍ଦିର ପ୍ରାଙ୍ଗଣରୁ ‘ମୁଁ ହିରୋ ମୁଁ ଓଡିଶା’ କାର୍ଯ୍ୟକ୍ରମର ଶୋଭାଯାତ୍ରା ବାହାରି ମାର୍କଟେ ଦେଇ ମିନିଷ୍ଟାଡିୟମ ପରିସରରେ ପହଞ୍ଚିଥିଲା । ବିଜୁ ଯୁବବାହିନୀର ସଂଯୋଜିକା ବେବୀରାଣୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତଥା ବିଜୁ ଯୁବବାହାନୀର ସଭାପତି ଅବିନାଶ ଓ ପାଇର୍ସାରଥି ବେଜଙ୍କ ସଂଯୋଜନାରେ ‘ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଅଧ୍ୟକ୍ଷ କାନନବିହାରି ପୋହି ଯୋଗଦେଇ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ବିଜୁ ଜନତା ଦଳ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ ,ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ରାମରାୟ ମୁନ୍ଦୁୟା, ଆଦିବାସୀ ଉନ୍ନୟନ ଉପାଧ୍ୟକ୍ଷା ମୀନା ମାଝୀ, ପାଟଣାବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ,ଠାକୁରମୁଣ୍ଡା ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା , ଡିଏସଓ କେନ୍ଦୁଝର ରମେଶ ପାଢ଼ୀ,ଓଷକା ସଂପାଦକ ଧରିତ୍ରୀ ରାଉତ,ଜିଲ୍ଲାପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ ,ବିଜେଡ଼ି ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି , ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା , ପାଟଣା ବ୍ଲକ ଏବିଡିଓ ପ୍ରଫୁଲ୍ଲ କୁମାର ନାୟକ ଉଦବୋଧନ ଦେଇ ରାଜ୍ୟସରକାରଙ୍କ ଉଦେଶ୍ୟରେ ବିଜୁ ଯୁବବାହିନୀର ଲକ୍ଷ୍ୟ ଗ୍ରାମରେ ଯୁବକମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭା କ୍ରୀଡା, ନୃତ୍ୟ, ସଙ୍ଗୀତ ଓ ସମାଜସେବାକୁ କାର୍ଯ୍ୟରେ ନିୟୋଜିତ ହେବାକୁ ଆଗେଇ ଆସନ୍ତୁ । ଏହି କାର୍ୟ୍ୟକ୍ରମରେ ବିଜୁଯୁବ ଯୁବବାହିନୀର ଆଠଶହରୁ ଉର୍ଦ୍ଧ କର୍ମୀ ଯୋଗ ଦେଇଥିଲେ।