( ଗୋବିନ୍ଦ ଚନ୍ଦ୍ର ପଣ୍ଡା): ବଦଳିଲା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ ପଦ । ଏଣିକ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ(ପୁରୁଷ)ମାନେ ବହୁମୁଖୀ ସ୍ୱାସ୍ଥ୍ୟ ସହାୟକ(ଏମ୍.ପି.ଏଚ୍.ଏ) ରୂପେ ପରିଗଣିତ ହେବେ । ସେହିପରି ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ମହିଳା)ମାନେ ଏ.ଏନ୍.ଏମ୍ ଭାବେ ପରିଗଣିତ ହେବେ । ପ୍ରକାଶଥାଉକି, ଏହି ଏମ୍.ପି.ଏଚ୍.ଡବ୍ଲୁ ( ପୁରୁଷ ଓ ମହିଳା) ମାନେ ସେମାନଙ୍କର ପଦ ପରିବର୍ତନ ନିମନ୍ତେ ଦାବି କରିଆସୁଥିଲେ । ସେମାନଙ୍କ ଅନୁରୋଧ ବିଚାରକୁ ନେଇ ସେମାନଙ୍କ ପରିବର୍ତନ କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା ଦେଇଛନ୍ତି ।