(ରିପୋର୍ଟସଟୁଡେ): ନାବାଳିକାଙ୍କୁ ଏକା ଦେଖି ମତିଭ୍ରମ ହୋଇଗଲା । ଆଉ କୋମଳମତି ଝିଅଟିର ଇଜ୍ଜତ ସହ ଖେଳ ଖେଳିବାକୁ ପଛାଇଲା ନାହିଁ ରାକ୍ଷସ ଯୁବକ । ଏହି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳରେ।
ଅଭିଯୁକ୍ତ ଜଣଙ୍କ ହେଲେ ସୋମନାଥ ନାୟକ । ପୁଲିସ୍ ତାକୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୋଗ ଅନୁସାରେ, ନାବାଳିକା ଜଣଙ୍କ ଗାଁର କ୍ଲବ୍ ଘର ନିକଟକୁ ଟ୍ୟୁସନ୍ ଯାଇଥାନ୍ତି। ସବୁଦିନ ପରି ଗତକାଲି ମଧ୍ୟ ଯାଇଥିଲେ। ହେଲେ ଟ୍ୟୁସନ୍ ବନ୍ଦ ଥିଲା। ଝିଅଟି ଘରକୁ ଫେରୁଥିବା ବେଳେ ସୋମନାଥ ହାବୁଡ଼ରେ ପଡ଼ି ଯାଇଥିଲେ। ସୋମନାଥ ତାଙ୍କୁ ସାପ ଦେଖାଇବାକୁ କହି କ୍ଲବ୍ ଘର ପଛପଟକୁ ନେଇଯାଇ ଦୁଷ୍କର୍ମ କରିଥିଲେ। ଏନେଇ ଝିଅଟି ଘରେ କହିବା ପରେ ଘଟଣା ପଦାକୁ ଆସିଥିଲା। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍ ସୋମନାଥଙ୍କୁ ଅଟକ ରଖି ପଚରାଉଚରା କରୁଛି।