ଖଣି ଖନନକୁ ବିରୋଧ କରି ମାଓ ପୋଷ୍ଟର, ଅଞ୍ଚଳରେ କୋକୁଆ ଭୟ

ବିଷମ କଟକ / ରବିନ୍ଦ୍ର କୁମାର ସାହୁ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡିବିଶି ରେ ବା.ଘୁ.ନା. ଡ଼ିଭିଜନ ନାଁ ରେ ମାଓ ପୋଷ୍ଟର ଲାଗିଥିବା ଆଜି ଦେଖିବାକୁ ମିଳିଛି । ଏହାକୁ ନେଇ ଥୁଆମୁଲ ରାମପୁର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ସିଜିମାଳି, କୁଟ୍ରୁମାଳି, ଖଣ୍ଡୁଆଳ ମାଳି ଅଞ୍ଚଳରେ ବକ୍ସାଇଟ ଖନନକୁ କେନ୍ଦ୍ରକରି ନାକରୁଣ୍ଡି, କେରପାଇ, ଥୁଆମୂଳ ରାମପୁର ଅଞ୍ଚଳରେ ସାଧାରଣରେ ଦ୍ଵନ୍ଦ୍ବ ସୃଷ୍ଟି ହୋଇଛି। କିଛି ମାସ ତଳେ ଅନୁଷ୍ଠିତ ଜନ ଶୁଣାଣିରେ ଲୋକେ ଖଣି ଖନନକୁ ବିରୋଧ କରିଥିଲେ। ଏହାକୁ କେନ୍ଦ୍ରକରି ଗତ ପ୍ରାୟ ତିନି/ଚାରି ମାସ ଧରି ସମଗ୍ର ଅଞ୍ଚଳରେ ବାଦାନୁବାଦ ଚାଲିଛି। ଠିକ୍ ଏଭଳି ମୁହୂର୍ତ୍ତରେ ମାଓ ପୋଷ୍ଟରକୁ ନେଇ ସମଗ୍ର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ବିଶେଷକରି କମ୍ପାନୀ ସପକ୍ଷରେ ଜନମତ ସୃଷ୍ଟି କରୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ପୋଷ୍ଟର ଜାରି କରି କେକେବିଏନ ଥୁଆମୁଲ ରାମପୁର, କେରପାଇ ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରିଛି।