ନକ୍ସଲ ଙ୍କ ବର୍ବରକାଣ୍ଡ ଠିକାଦାର ଙ୍କୁ ହତ୍ୟା

(ରିପୋର୍ଟସ ଟୁଡେ) ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଆଜି ପୁଣି ବର୍ବରକାଣ୍ଡ ଘଟାଇଛନ୍ତି ନକ୍ସଲ। ଜଣେ ଠିକାଦାରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ସହ ରାସ୍ତା କାମରେ ନିୟୋଜିତ ହୋଇଥିବା ୬ଟି ଗାଡ଼ିକୁ ପୋଡ଼ି ଦେଇଛନ୍ତି।
ସୂଚନା ଅନୁଯାୟୀ, ମାଲକାନଗିରି ସୀମାକୁ ଲାଗି ରହିଥିବା ଦୋରନାପାଲ ଅଞ୍ଚଳ‌ର ଉପମପାଲ୍ଲୀ ଗାଁରେ ରାସ୍ତା କାମ ଚାଲିଛି। ଠିକାଦାର ହରି ଶଙ୍କର ସାହୁ ଏହି କାମ କରୁଥିଲେ। ନକ୍ସଲଙ୍କ ବିରୋଧ ସତ୍ତ୍ବେ ଏହି କାମ ଚାଲିଥିଲା। ତେଣୁ ଆଜି ଅପରାହ୍ନରେ ସଶସ୍ତ୍ର ନକ୍ସଲ ଉପମପାଲ୍ଲୀ ପହଞ୍ଚିଥିଲେ। କାମରେ ନିୟୋଜିତ ହୋଇଥିବା ଶ୍ରମିକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ୬ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ଠିକାଦାର ହରି ଶଙ୍କରଙ୍କୁ ଅପହରଣ କରିନେଇ ଜଙ୍ଗଲରେ ନିସ୍ତୁକ ମାଡ଼ ମାରି ଗଳା କାଟି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛାଡ଼ି ଚାଲି ଯାଇଥିଲେ। ଘଟଣାସ୍ଥଳରେ ହିଁ ହରି ଶଙ୍କରଙ୍କ ମୃତ୍ୟୁ ହୋଇଯାଇଥିଲା।