ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଲୋକଙ୍କ ପାଇଁ ଖୋଲିବ ଲୋକ ଭବନ । ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଲାଗି ଭବନର ଉଦ୍ୟାନ ଖୋଲାଯିବା ନେଇ ଯୋଜନା ରହିଛି । ଯେଉଁଥିରେ ସ୍କୁଲ୍ ଛାତ୍ରୀଛାତ୍ରଙ୍କ ପାଇଁ ସକାଳ ୮ଟା ୩୦ରୁ ୧୦ଟା ୩୦ପର୍ଯ୍ୟନ୍ତ ସମୟ ସ୍ଥିର ହୋଇଥବାବେଳେ ଅପରାହ୍ନ ୨ଟା ୩୦ରୁ ସା ୬ଟା ୧୫ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ଏହି ସୁନ୍ଦର ପରିବେଶକୁ ଉପଭୋଗ କରିବାକୁ ସୁଯୋଗ ମିଳିବ । କିନ୍ତୁ ଚଳିତ ବର୍ଷ ପରିଦର୍ଶନକୁ ଆସୁଥିବା ଲୋକଙ୍କ ପାଇଁ ଗାଇଡ୍ଲାଇନ୍ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଆଉ ତାହା ହେଲା ଏଥର ଉଦ୍ୟାନକୁ ପ୍ରବେଶ ପାଇଁ କେବଳ ମୋବାଇଲ ଆପ୍ ମାଧ୍ୟରେ ପଞ୍ଜୀକରଣ କରିବାକୁ ପଡିବ । ଉଦ୍ୟାନ ପରିଦର୍ଶନ ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ହେବ ନାହିଁ। ସେହିପରି ଉଦ୍ୟାନ ପରିଦର୍ଶନ ପାଇଁ ପ୍ଲେ ଷ୍ଟୋର କିମ୍ୱା ଆପ୍ ଷ୍ଟୋରରୁ ଲୋକ ଭବନ ଓଡ଼ିଶାର ମୋବାଇଲ୍ ଆପ୍ ଡ଼ାଉନ୍ଲୋଡ୍ କରିପାରିବେ କିମ୍ୱା www.lokbhavan.odisha.gov.in ରେ ଯାଇ କ୍ୟୁ ଆର୍ କୋଡ୍ ମାଧ୍ୟମରେ ମୋବାଇଲ ଆପ୍ ଲୋଡ୍ କରିପାରିବେ ବୋଲି ସୂଚନା ଦିଆଯାଇଛି। ସେହିପରି ଚଳିତ ଥର ଉଦ୍ୟାନକୁ ପରିଭ୍ରମଣ କରିବା ପାଇଁ ୧୦ ଦିନ ସମୟ ଧାର୍ଯ୍ୟ କରାଯାଇଛି ।