ଜିଲ୍ଲାସ୍ତରୀୟ A1 ଗ୍ରେଡଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଖୋର୍ଦ୍ଧାଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟଙ୍କ ମିଳିତ ପ୍ରୟାସରେ A1 ଗ୍ରେଡ୍ ପ୍ରାପ୍ତ କୃତୀ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ । ଏହା ସହ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କ ବାର୍ଷିକ ସମ୍ମିଳନୀ, “ଶ୍ରେଷ୍ଠତା ସମ୍ମିଳନୀ : ୨୦୨୬” ମହାଆଡମ୍ବର ସହକାରେ ଜଟଣୀ ସ୍ଥିତ ତରାବୋଇ,ଦକ୍ଷତା ବିକାଶ ସଂସ୍ଥାନ ଭୁବନେଶ୍ବର ପରିସରରେ ମହାସମାରୋହରେ ପାଳନ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ, ସମ୍ମାନିତ ଅତିଥି ଭାବେ ମାନ୍ୟବର ଖୋର୍ଦ୍ଧା ବିଧାୟକ, ତଥା  ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜଟଣୀ ବିଧାୟକ ଶ୍ରୀଯୁକ୍ତ ବିଭୂତି ଭୂଷଣ ବଳବନ୍ତରାୟ, ଶ୍ରୀମତୀ ରୂପଶ୍ରୀରାଣୀ ଗୁମାନ୍ସିଂ ସଭାପତି, ଜିଲ୍ଲାପରିଷଦ,ଖୋର୍ଦ୍ଧାଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ଅମୃତ ଋତୁରାଜ (ଆଇ.ଏ.ଏସ୍.) ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନେ କୃତିତ୍ଵ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଟ୍ରଫି ଦେଇ ସେମାନଙ୍କୁ ଉତ୍ସାହିତ କରିଥିଲେ। କେବଳ ଭଲ ପାଠ ପଢିଲେ ହେବନି ବରଂ ପିଲାମାନଙ୍କ ମଧ୍ୟରେ ଭଲ ସଂସ୍କାର ରହିବା ନିହାତି ଜରୁରୀ ବୋଲି କହିବା ସହ ସମସ୍ତେ ଗୋଟେ ଗୋଟେ ଗଛ ନିଜ ବାଡ଼ି ବଗିଚାରେ ଲଗାଇବା ପାଇଁ ମଧ୍ୟ ପିଲା ମାନଙ୍କୁ ଉତ୍ସାହିତ କରିଥିଲେ ।