(ଦୀପକ ପ୍ରଧାନ): ହକି ପାଇଁ ଗଲା ଦିନମଜୁରିଆ କୃଷ୍ଣଙ୍କ ଜୀବନ । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା କମାଗୁରୁ ଗ୍ରାମ ପଂଚାୟତ ରେ । ହକି ବିଶ୍ୱକପ ପାଇଁ ବିଜୁଯୁବବାହିନୀ ଆନୁକୂଲ୍ୟରେ ମିନିମାରାଥନ ଅନୁଷ୍ଠିତ ହୋଇଥିଲା । କମାଗୁରୁ ପଂଚାୟତ ବେଲପଦା ଆଦିବାସୀ ସାହିର କୃଷ୍ଣ ପରିଡା ବିଜୁଯୁବବାହିନୀ ପିଲାମାନଙ୍କ ସହିତ କମାଗୁରୁ ଠାରୁ ଅରିସଲ ଗ୍ରାମ ପର୍ୟ୍ୟନ୍ତ ଦୈ।ଡୁଥିବା ବେଳେ ବେହୋସ ହୋଇଯାଇଥିଲେ । କୃଷ୍ଣକୁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକଲକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକ ଜଣଙ୍କ ଏକମାତ୍ର ରୋଜଗାର କ୍ଷମ ଦିନମଜୁରିଆ ଗରିବ ଶ୍ରେଣୀର ।କୃଷ୍ଣର ଅକାଳ ମୃତ୍ୟୁ ଯୋଗୁଁ ତାଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।