(ରିପୋର୍ଟସଟୁଡେ): ଖାଦ୍ୟଗ୍ରହଣ ସମୟରେ ଲେମ୍ବୁ ପାଣି ପିଇଲେ ଦେହପାଇଁ ଭଲ। ଅନେକ ଲୋକଙ୍କର ଧାରଣା ଯେ ଖାଇବା ବେଳେ କୌଣସି ପ୍ରକାରର ପାନୀୟ ଗ୍ରହଣ କରିବା ଠିକ୍ ନୁହେଁ । ହେଲେ ଏ କ୍ଷେତ୍ରରେ ଲେମ୍ବୁ ପାଣି ଏକ ବ୍ୟତିକ୍ରମ। ଏହା ଲୋକର ଓଜନ ହ୍ରାସ ହୋଇଥାଏ । କିନ୍ତୁ ଏତଦ୍ବ୍ୟତୀତ ଏହାର ମଧ୍ୟ ଅନେକ ଉପକାରିତା ଅଛି । ଆସନ୍ତୁ ଜାଣିବା ସେ ସଂପର୍କରେ । ସବୁବେଳେ ଲେମ୍ବୁ ପାଣି ପିଇବା ଦ୍ୱାରା ବହୁତ ରୋଗରୁ ମୁକ୍ତି ମିଳିଥାଏ ।
ଲେମ୍ବୁରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ମୁହଁରେ ହୋଇଥିବା ନାଲି ଦାଗ ଦୂର ହୋଇଥାଏ । ଏହା ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଯଦି ଥଣ୍ଡା ହୋଇଥାଏ, ତା’ହେଲେ ଆପଣ ଲେମ୍ବୁ ପାଣି ପିଅନ୍ତୁ । ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ଡିହାଇଡ୍ରେସନରୁ ରକ୍ଷା କରିଥାଏ । ଆସ୍ଥମା ଆଦି ରୋଗରେ ପୀଡିତ ଥିବା ଲୋକଙ୍କ ପାଇଁ ଲେମ୍ବୁ ପାଣି ଭଲ କମା କରିଥାଏ । ଲେମ୍ବୁ ପାଣି ଆଲକୋହଲ ପିଇବା ଦ୍ୱାରା ହୋଇଥିବା ନିଶାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀର ଠିକ୍ ଭାବରେ କାମ କରିଥାଏ ।