କଥକ ଓ ଓଡିଶୀ ରେ ସ୍ତବ୍ଧ ହେଲେ ବିଦେଶୀ ପର୍ଯ୍ୟଟକ

(ଜୟନ୍ତ କୁମାର ସେଠୀ): କୋଣାର୍କ ଉତ୍ସଵ ୨୦୧୮ ୨ୟ ଦିବସରେ ଦର୍ଶକ ମାନଙ୍କ ମନମୋହିଥିଲା କଥକ ଓ ଓଡିଶୀ ନୃତ୍ୟ । ଯାହା ଦେଖି ଦେଶ ବିଦେଶରୁ ଅ।ସିଥିବା ପର୍ୟ୍ୟଟକ ମାନେ ମନଭରି ଉପଭୋଗ କରିଥିଲେ । ୨ୟ ସଂଧ୍ୟାରେ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ୟୁସ୍ମିନ ସିଂ ଓ ସାଥୀ କଳାକାର ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା ଦି ଡିଭାଇନ କୃଷ୍ଣ । ପରେ ପରେ ରଙ୍ଗମଂଚ ରେ କୋଲକତାର ପ୍ରଖ୍ୟାତ ନୃତ୍ୟାଙ୍ଗନା ସର୍ମିଲା ବିଶ୍ଵାସ ଓ ସାଥୀ ମାନଙ୍କ ଦ୍ଵାରା ଶିବ ପାର୍ବତୀ ତାଣ୍ଡବ ଓ ଲାସ୍ୟର ଯୁଗଳବନ୍ଦୀ ସୃଷ୍ଟି କରିଥିଲେ ।, ପରିଶେଷରେ କୋଲକତାର ଓଡିସୀ ଭିଜନ କଳାକାର ଙ୍କ ଦ୍ଵାରା କଳାଶ୍ରୀ ପଲ୍ଲବୀକୁ ଅଭିନୟ ଅ।ଧାରରେ ନୃତ୍ୟର କ୍ରମ ବିକାଶ ଓ ଅ।ଙ୍ଗିକ ବିବର୍ତ୍ତନକୁ ନିଖୁଣ ଉପସ୍ଥପାନ କରିଥିଲେ କଳାକର ମାନେ । ଯାହାକି ଦେଶ ବିଦେଶରୁ ଅ।ସିଥିବା ପର୍ୟ୍ୟଟକ ମାନଙ୍କୁ ଅ।କୃଷ୍ଟ କରି ପାରିଥିଲା ସେପଟେ ଏଠାକୁ ଅ।ସି ନୃତ୍ୟ ପରିବେଷଣ କରି ବେଶ ଅ।ନନ୍ଦିତ ଅଛନ୍ତି କଳାକାର ମାନେ । ଦ୍ଵତୀୟ ସଂଧ୍ୟାର କାର୍ୟ୍ୟକ୍ରମକୁ କେନ୍ଦ୍ରାଚଂଳ ରାଜସ୍ଵ ଅ।ୟୁକ୍ତ ମହେନ୍ଦ୍ର କୁମାର ମଲ୍ଲିକ ଉଦଘାଟନ କରିଥିବା ବେଳେ ପଚଂ।ୟତରାଜ ମଂତ୍ରୀ ପ୍ରଦୀପ ମହାରଥୀ କଳକାର ମାନଙ୍କୁ ସମ୍ମାନିତ କରିଥିଲେ । ସେପଟେ କଳାକାରମାନଙ୍କର ନିଖୁଣ ନୃତ୍ୟ ଦେଖି ବେଶ୍ ଖୁସି ଅଛନ୍ତି ପର୍ୟ୍ୟଟକ ମାନେ , ଏହା ଦେଶର କଳାସଂସ୍କୃତିକୁ ବଂଚାଇ ରଖିବାରେ ସାହାର୍ୟ୍ୟ କରୁଛି ବୋଲି କହିଛନ୍ତି ପର୍ୟ୍ୟଟକ ।