ରାଜ୍ୟରେ ୨ଦିନ ପର୍ଯ୍ୟନ୍ତ କୋହଲା ପାଗ ସହ ଜାରି ରହିବ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କୋହଲା ପାଗ ସାଙ୍ଗକୁ ବର୍ଷା । ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହିଭଳି କୋହଲା ପାଗ ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ଛତିଶଗଡରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ସାମାନ୍ୟ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗ ସୂଚନାନୁଯାୟୀ, ରାଜ୍ୟରେ ଆଉ ୩ ଦିନ ପର୍ଯ୍ୟନ୍ତ କୋହଲା ପାଗ ସହ ସକାଳ ସମୟରେ ଘନ କୁହୁଡି ପରିଲକ୍ଷିତ ହେବ। ପ୍ରାୟ ୧ ସପ୍ତାହ ହେବ ରାଜ୍ୟର ଅଧିକାଂଶ ଅଞ୍ଚଳରେ ରାତି ତାପମାତ୍ରା ୩ରୁ୫ ଡିଗ୍ରୀ ଯାଏଁ ହ୍ରାସ ପାଇଛି। କେତେକ ସ୍ଥାନରେ ଗତ ୪୮ ଘଣ୍ଟାରେ ବର୍ଷା ହୋଇଥିବା ଜଣାପଡିଛି।