(ରିପୋର୍ଟସ ଟୁଡ଼େ): ଅମିତାଭ ବଚ୍ଚନଙ୍କ ରିଆଲିଟି ଶୋ’ କେବିସି ସିଜିନ ୧୦ ବର୍ତମାନ ଶେଷେ ହେବାକୁ ବସିଲାଣି । ଏହି ପପୁଲାର ଟିଭି ଶୋ’ର ଶେଷ ଏପିସୋଡ ନଭେମ୍ବର ୨୩ରେ ଟେଲିକାଷ୍ଟ ହେବ । ୧୦ ବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଥିବା ଓ ଜ୍ଞାନ ଦେଉଥିବା ଏହି ହିଟ ସୋ’ ବିଷୟରେ ଏପରି ଅନେକ କଥା ଅଛି ଯାହା ଲୋକଙ୍କୁ ଜଣା ନାହିଁ ।
ଆପଣ ଦେଖିଥିବେ ୩ ଲକ୍ଷ ୨୦ ହଜାର ଉପରକୁ ଟଙ୍କା ଜିତିବା ପରେ ଅମିତାଭ ବଚ୍ଚନ ଦର୍ଶକଙ୍କୁ ଏକ ଚେକ ସାଇନ କରି ଦେଉଥିବାର ଦେଖିଥିବେ । କିନ୍ତୁ ପ୍ରକୃତରେ ସେ ଚେକ୍ ଅସଲି ନୁହେଁ ନକଲି ଅଟେ । ସବୁବେଳେ ପ୍ରତିଯୋଗୀଙ୍କ ହାତକୁ ଚେକ ଦିଆଯାଇ କୁହାଯାଏ ଯେ, ଏହକୁ ସମ୍ଭାଳିକି ରଖିବେ । ପରେ ସେ ପ୍ରତିଯୋଗୀଙ୍କ ଠାରୁ ଚେକ୍ ନେଇଯାଇଥାନ୍ତି । ସୋ’ର ପ୍ରଡକ୍ସନ ଟିମ ଏହାକୁ ଫେରାଇ ନେଇ ନଷ୍ଟ କରିଦେଇଥାନ୍ତି । ଏହା ବ୍ୟତିତ ଆପଣ ଦେଖିଥିବେ କି, ଚେକ ବ୍ୟତିତ ଅମିତାଭ ପ୍ରତିଯୋଗୀମାନଙ୍କ ଖାତାରେ ନିଜ ମୋବାଇଲରୁ ଟଙ୍କା ଟ୍ରାନ୍ସଫର କରୁଥିବାର ଦେଖିବାକୁ ମିଳୁଛି । ପ୍ରକୃତରେ ଏହା ମଧ୍ୟ ନକଲି ଅଟେ ।
ଏହି ପ୍ରକ୍ରିୟା କେବଳ ବ୍ୟାଙ୍କର ପ୍ରମୋଶନ ପାଇଁ କରାଯାଉଛି । ପ୍ରତିଯୋଗୀଙ୍କ ଖାତାରେ କେବେ ବି ସମ୍ପୂର୍ଣ୍ଣ ଟଙ୍କା ଟ୍ରାନ୍ସଫର କରାଯାଏ ନାହିଁ । ଜିତିଥିବା ଟଙ୍କାର ୪୦ ପ୍ରତିଶତ ଟ୍ୟାକ୍ସ ଭାବେ କଟିଯାଏ । ଟ୍ୟାକ୍ସ କଟିଯିବା ପରେ ବଳିଥିବା ଟଙ୍କା ପ୍ରତିଯୋଗୀଙ୍କ ଖାତାକୁ ଯାଇଥାଏ । ଆହୁରି ମଧ୍ୟ ଅଛି କି, ହଟ ସିଟକୁ ଥରେ ଯିଏ ଆସିଲା, ସୋ ଶେଷ ନ ହେବା ଯାଏ କୌଣସି ଉପାୟରେ ମଧ୍ୟ ଏଠାରୁ ବାହାରକୁ ଯାଇ ପାରିବେ ନାହିଁ ।