( ସର୍ବେଶ୍ୱର ପାତ୍ର) : ଢେଙ୍କାନାଳ ଜିଲ୍ଲା ଭୁବନ ମଝିଆର ସେନାନ୍ଦ ଗ୍ରାମରେ ଗତ ଦୁଇ ତାରିଖ ଦିନ ଘରେ ଏକାକୀ ଥିବାବେଳେ ଜଣେ ୧୭ ବର୍ଷର ନାବାଳିକାକୁ ଏକୁଟିଆ ପାଇ ଗ୍ରାମର ଦୁଇ ଜଣ ଯୁବକ ଦୁଷ୍କର୍ମ କରିବା ସହ ରେକଡିଂ କରିଥିଲେ । ଏହି ଭିଡିଓକୁ ଫେସବୁକରେ ଛାଡିଦେବାର ଧମକ ମଧ୍ୟ ବହୁବାର ଦେଇଥିଲେ । ପରେ ଏନେଇ ପରିବାରପକ୍ଷରୁ ଭୁବନ ଥାନାରେ ମାମଲା ରୁଜୁ କରାଯାଇଥିଲା । ମାମଲା ରୁଜୁ କରାଯାଇଥିବା ସତ୍ତେ୍ୱ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଶତାଧିକ ଗ୍ରାମବାସୀମାନେ ଅଭିଯୁ୍କ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ କରାଯାଇଥିଲା ।