କଳାହାଣ୍ଡି ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା

କଳାହାଣ୍ଡି ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା । ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଥିବା ବାଇକ୍ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ପୋଲିସ ମୋଟ ୪୪ଟି ଚୋରି ମୋଟରସାଇକେଲ ଜବତ କରିବା ସହ ଆନ୍ତଃ-ଜିଲ୍ଲା ବାଇକ୍ ଚୋର ଗ୍ୟାଙ୍ଗ୍‌ ର ୬ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

ସୂଚନା ଅନୁଯାୟୀ ଗତ କିଛି ଦିନ ହେବ ଧର୍ମଗଡ ସବଡ଼ିଭିଜନ ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ କ୍ରମାଗତ ଭାବେ ବାଇକ୍ ଚୋରି ହେଉଥିବା ନେଇ ଗତ ମେ ୧୩ରେ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ ହେଇଥିଲା । ଏହାକୁ ଗମ୍ଭୀରତାର ସହ ନେଇ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଟିମ୍ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢ଼ାଉ କରିଥିଲା ୪୪ ମୋଟର ସାଇକେଲ ଜବତ କରିଛି । ଏହି ଗ୍ୟାଙ୍ଗ୍‌ କେବଳ କଳାହାଣ୍ଡି ନୁହେଁ, ବରଂ ଆଖପାଖ ଜିଲ୍ଲାରୁ ମଧ୍ୟ ବାଇକ୍ ଚୋରି କରି ନକଲି କାଗଜପତ୍ର ସାହାଯ୍ୟରେ କିମ୍ବା ସ୍ୱଳ୍ପ ମୂଲ୍ୟରେ ଗ୍ରାମାଞ୍ଚଳରେ ବିକ୍ରି କରୁଥିଲେ ବୋଲି ଜଣାପଡ଼ିଛି ।

BIKE lOOT GANG