(ରିପୋଟର୍ସ ଟୁଡେ): ଶ୍ରୀ ମନ୍ଦିର ଧାଡ଼ି ଦର୍ଶନ ପ୍ରତିବାଦରେ ଜଗନ୍ନାଥ ସେନା ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା । ଏହାର ପ୍ରଭାବରେ ସାରା ସହରରେ ବ୍ୟାପବ ଉତ୍ତେଜନା ଦେଖା ଦେଇଥିଲା । ସହରର ଚାରିଆଡ଼େ ନିଆଁ ଦେଖିବାକୁ ମିଳିଥିଲା । ସତେ ଯେମିତି ଶ୍ରୀ କ୍ଷେତ୍ର ସମ୍ମୁଖ ରଣକ୍ଷେତ୍ର ପାଲଟି ଯାଇଥିଲା । ମନ୍ଦିର ସମ୍ମୁଖରେ ବ୍ୟାପକ ଗଣ୍ଡଗୋଳ ଦେଖାଯାଇଥିଲା । ଭକ୍ତ, ସେବାୟତ ଓ ସେନା ପକ୍ଷରୁ ସିଂହଦ୍ୱାରା ସମ୍ମୁଖରେ ପ୍ରଶାସନ ପକ୍ଷରୁ ଲଗାଯାଇଥିବା ବ୍ୟାରିକେଟକୁ ଭାଙ୍ଗିି ମନ୍ଦିର ଭିତରକୁ ଧସେଇ ପସିବା ସହ ବ୍ୟାପକ ଭଙ୍ଗରୁଜା କରାଯାଇଛି । ପରିସ୍ଥିତ ଅଣାୟତ ହେବା ଫଳରେ ପ୍ରଶାସନ ପକ୍ଷରୁ ଶ୍ରୀ ମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯାଇଥିଲା । ଏହି ଘଟଣାରେ୧୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସିସିଟିଭି ଫୁଟେଜ ଆଧାରରେ ଭଙ୍ଗାରୁଜା କରିଥିବା ସମସ୍ତ ୪୬ ଜଣଙ୍କୁ ଚିହ୍ନଟ କରାଯାଇଛି। କାର୍ୟ୍ୟରେ ଅବହେଳା ଯୋଗୁଁ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ।
ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ ବୋଲି କହିବା ସହ ସାମ୍ବାଦିକଙ୍କୁ ମାଡ ମାରିବା ଘଟଣାଏକ ନିନ୍ଦନୀୟ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ବିଜେପି ନେତା କନକ ବର୍ଦ୍ଦନସିଂଦେଓ ଏବଂ ମହେଶ୍ୱର ମହାନ୍ତିଙ୍କ ଘର ଭଙ୍ଗାରୁଜା ଏହା ଏକ ନାଟକ । ପୋଲିସମାନଙ୍କୁ ଗିରଫ କରି ପୁଣି ଥରେ ଛାଡିଦେବା ଏକ ଯୋଜନା । ୨୦୧୯ ସାଧାରଣ ନିର୍ବାଚନରେ ସରକରଙ୍କ ଦୋମୁହାଁ ନିତିର କଡା ଜବାବ ଦେବୁ ।