ଧୂଆଁ ପାଇଁ ନାଟ

 ନ୍ୟାୟ ପାଇବା ପାଇଁ ପୁଲିସ ଦୌଡୁଛି ବାର ଦୁଆର

ଧୂଆଁ ପାଇଁ ନାଟ । ଗାଳିଗୁଲଜ, ମାରପିଟ୍ ଯାଏ ଗଲାଣି କଥା ।  ଥାନା ଫାଣ୍ଡିରେ ଅଭିଯୋଗ ମଧ୍ୟ ହେଲାଣି । କିନ୍ତୁ ଏହି ଧୂଆଁର ଏଯାଏ ସମାଧାନ ହୋଇ ପାରିନାହିଁ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଇନଫୋଭ୍ୟାଲି ଥାନା ଅଧୀନ ଗଙ୍ଗପଡ଼ା ଗାଁରେ ।

ଘଟଣା ଏମିତି ବଟକୃଷ୍ଣ କର କମିସନରେଟ ପୁଲିସର ଜଣେ ହୋମଗାର୍ଡ଼ । ରିଜର୍ଭ ପୁଲିସ ଲାଇନରେ ପୂଜକ ଭାବେ କାମ କରନ୍ତି । ଗାଁରେ ରହୁଥିବା ତାଙ୍କ ପଡୋଶୀ ଯୁବକ ଅମୀୟ କୁମାର ସାହୁ ନାମକ ଜଣେ ଯୁବକ ରାତି ଅଧରେ ସବୁଦିନ ତାର ପୋଡ଼ି ଥାନ୍ତି । ଏଥିରୁ ନିର୍ଗତ ଧୂଆଁରୁ ତାଙ୍କ ପତ୍ନୀ ଅସୁସ୍ଥ ହେଉଛନ୍ତି । ଯାହା ଫଳରେ ପ୍ରତ୍ୟେକ ମାସରେ ତାଙ୍କର ୪ରୁ ୫ ହଜାର ଟଙ୍କା ମେଡ଼ିକାଲରେ ଖର୍ଚ ହୋଇଥାଏ ।

ଏନେଇ ସେ ପ୍ରଥମେ ଯାଁଳା ଫାଣ୍ଡି ଓ ପରେ ଇନଫୋଭ୍ୟାଲି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏଯାଏ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଓଲଟି ଥାନାରେ ଅଭିଯୋଗ ହେବା ପରେ ପଡ଼ୋଶୀ ଯୁବକ ଆମକୁ ସବୁଦିନ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛି ।  ପୁଲିସ ଆମକୁ ଗିରିଫ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ବଟକୃଷ୍ଣ ଦାବି କରିଛନ୍ତି ।  ଖାଲି ଏତିକି ନୁହେଁ ଆହୁରି ମଧ୍ୟ କହିଛନ୍ତି ପୁଲିସ ହୋଇ ମଧ୍ୟ  ପୁଲିସ ପାଇଁ ଏଠି ନ୍ୟାୟ ନାହିଁ ।