(ଶୁଭସ୍ମିତା ଦାଶ): ଏବେ ଚାଲିଛି ପାର୍ବଣର ସମୟ । ହଶହରା ସରିଲା ଆଗକୁ ଅଛି ଳକ୍ଷ୍ମୀ ପୂଜା କାଳୀ ପୂଜା । ପୂଜା ମାହୋଲରେ ସପିଙ୍ଗ ତ ନିଶ୍ଚିତ ହେବ । ଏହାକୁ ଦୃଷ୍ଟିରେ ରଖି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ମାଳ ମାଳ ଅଫର ଦିଆଯାଉଛି । ସେ ଅନ୍ ଲାଇନ୍ ସପିଙ୍ଗ ହେଉ କି ଅଫ ଲାଇନ୍ ସପିଙ୍ଗ ସବୁଠୁ ଅଫରର ସୁଅ ଛୁଟୁଛି । ଏପରିକି ଟେଲିକମ୍ ସଂସ୍ଥା ମଧ୍ୟ ବାଦ ପଡ଼ୁ ନାଁହାନ୍ତି । ସେମାନେ ମଧ୍ୟ ନିଜ ଉପଭୋକ୍ତଙ୍କ ପାଇଁ ଅଫର ଦେଉଛନ୍ତି ।
ପ୍ରମୁଖ ମୋବାଇଲ୍ ନେଟ୍ୱର୍କ ଅପରେଟର ଜିଓ ଏହାର ପାର୍ବଣ ଅଫର ଘୋଷଣା କରିଛି। ଏହି ଅଫର୍ ଦ୍ୱାରା ଜିଓ ୟୁଜର ୧୪୯ ଟଙ୍କା ଏବଂ ଏହାଠାରୁ ଅଧିକ ମୂଲ୍ୟର ରିଚାର୍ଜରେ ୧୦୦% କ୍ୟାଶ୍ ବ୍ୟାକ୍ ପାଇବେ । ସେହିପରି ଏକ ବର୍ଷିକିଆ ପ୍ଲାନ୍ ମାଧ୍ୟମରେ ୧୬୯୯ ଟଙ୍କା ରିଚାର୍ଜରେ ଦୈନକ ୧.୫ଜିବିର ଡାଟା, ଅନଲିମିଟେଡ୍ ଭଏସ୍ କଲ୍ ଏବଂ ଦିନକୁ ୧୦୦ ଟେକ୍ସଟ୍ ମେସେଜ୍ର ସୁବିଧା ପାଇ ପାରିବେ। ଏହି ଫେଷ୍ଟିଭ୍ ଅଫର୍ ନଭେମ୍ବର ୩୦ ପର୍ୟ୍ୟନ୍ତ ରହିଥିବା ବେଳେ କୁପନ୍ର ବୈଧତା ଚଳିତ ବର୍ଷ ଡିସେମ୍ବର ୩୧ ପର୍ୟ୍ୟନ୍ତ ରହିବ।
କମ୍ପାନୀ ପ୍ରଦାନ କରୁଥିବା ୧୦୦% କ୍ୟାଶ୍ ବ୍ୟାକ୍ ସୁବିଧା କୁପନ୍ ଆକାରରେ ମିଳିବ। ‘ମାଇଁ ଜିଓ’ ଆପ୍ର ‘ମାଇଁ କୁପନ୍’ ସେକ୍ସନରେ ଏହି କ୍ୟାଶ୍ ବ୍ୟାକ୍ ସମ୍ପର୍କିତ ଅଧିକ ସୂଚନା ରହିଛି ବୋଲି କମ୍ପାନୀ ପ୍ରକାଶ କରିଛି। ରିଲାଏନ୍ସ ଡିଜିଟାଲ୍ ବା ‘ମାଇଁ ଜିଓ’ ଷ୍ଟୋର୍ରୁ ସାମଗ୍ରୀ କିଣିବା ବେଳେ ଏହି କ୍ୟାଶ୍ କୁପନ୍ ବ୍ୟବହାର କରିହେବ ବୋଲି କମ୍ପାନୀ ଜଣାଇଛି।