ପୂଜା ସମୟରେ ଝୁଣା କାହିଁକି ଦିଆଯାଏ ଆସନ୍ତୁ ଜାଣିବା

(ରିପୋର୍ଟସ ଟୁଡ଼େ): ହିନ୍ଦୁ ଧର୍ମରେ ପୂଜା କରିବା ଦ୍ୱାରା ଭଗବାନଙ୍କ କୃପା ଲାଭ ହୋଇଥାଏ । ପୂଜା ସମୟରେ ସର୍ବଦା ଝୁଣା ଧୂପ ଦେବାର ନିୟମ ରହିଛି । ଘରେ ଝୁଣା ଦେବା ଦ୍ୱାରା ବାତାବରଣ ସ୍ୱଚ୍ଛ ରହିଥାଏ । ଏହା ସହ ମନ ପ୍ରସନ୍ନ ମଧ୍ୟ ରହିଥାଏ । ଝୁଣା ଦେବା ଦ୍ୱାରା ଘରେ କୁପ୍ରଭାବ ନଷ୍ଟ ହୋଇଥାଏ । ବଜାରରେ ଅନେକ ପ୍ରକାର ସୁଗନ୍ଧଯୁକ୍ତ ଧୂପ ମିଳିଥାଏ । କିନୁ ନଡ଼ିଆ କଚ୍ଛାର ଝୁଣା ଦେବା ଦ୍ୱାରା ଘର ଓ ମନ୍ଦିର ପରିବେଶ ଶୁଦ୍ଧ ରହିଥାଏ ।
ଝୁଣା ଦେବାର ଲାଭ..
ପୂର୍ବକାଳରେ ଅଗୁର ନାମକ ଏକ ବନସ୍ପତିକୁ ପୂଜା ସମୟରେ ବ୍ୟବହାର କରାଯାଉଥିଲା । ଏହାକୁ ଜଳାଇବା ଦ୍ୱାରା ଘରର ବାତାବରଣ ଶୁଦ୍ଧ ରହିବା ସହ ବ୍ୟାକ୍ଟେରିଆ ନଷ୍ଟ ହୋଇଥାଏ । ଅଗୁର ଆଣ୍ଟି ବ୍ୟାକ୍ଟେରିଆ ପରି କାମ କରିଥାଏ ।
ଝଣାରେ ମଧ୍ୟ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି । ଏହାର ସୁଗନ୍ଧର କୌଣସି କୀଟ ଘରେ ରୁହନ୍ତି ଦାହିଁ । ତେଣୁ ଝୁଣା ଦେବା ଦ୍ୱାରା ମଶାମାଛି ଘରେ ରୁହନ୍ତି ନାହିଁ । ଘରେ ଥିବା ସୂକ୍ଷ୍ମ ଜୀବ ମଧ୍ୟ ନଷ୍ଟ ହୋଇଥାନ୍ତି ।
ପୂଜା ସମୟରେ ଝୁଣାର ଧୂପ ବ୍ୟବହାର କରାଯାଇଥାଏ । ଏହାର ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଯୋଗୁଁ ଅନେକ ଶାରୀରିକ ରୋଗ ମଧ୍ୟ ଦୂର ହୋଇ ଯାଇଥାଏ ।
ଆର୍ୟୁବେଦ ଅନୁସାରେ ଝୁଣାର ବାସ୍ନା ଦ୍ୱାରା କାଶ ସମସ୍ୟା ନଷ୍ଟ ହୋଇଯାଏ । ଏହାର ବାସ୍ନା ଦ୍ୱାରା ବାତାବରଣ ସୁଗନ୍ଧିତ ରହିଥାଏ ।