ଭୁବନେଶ୍ୱର(ଆଦର୍ଶ ରାଉତ): ପ୍ରକାଶ ପାଇଲା ଜେଇଇ ମୁଖ୍ୟ ଅଧିବେଶନର ପରୀକ୍ଷା ଫଳ । ଜାତୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ ପକ୍ଷରୁ ଏହି ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ଗତ ମେ ମାସରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ମୋଟ ୪୪ ଜଣ ପ୍ରାର୍ଥୀ ଶତ ପ୍ରତିଶତ ସ୍କୋର କରିଥିବା ବେଳେ ୧୮ ଜଣ ଶୀର୍ଷ ମାନ୍ୟତା ଲାଭ କରିଛନ୍ତି । ତେବେ ପ୍ରବଶ ପରୀକ୍ଷାରେ ୯୯.୯୯ ପ୍ରତିଶତ ସହିତ ରାଜ୍ୟ ଟପ୍ପର ହୋଇଛନ୍ତି ଗୁଟାମ ଦାସ । ଭୁବନେଶ୍ୱରର ସାଇ ଇଣ୍ଟରନେସାଲ ସ୍କୁଲରେ ପାଠ ପଢୁଥିଲେ ବାଲେଶ୍ୱରର ଗୁଟାମ । ସେହିପରି ବାଳିକାମାନଙ୍କ ମଧ୍ୟରେ ତାନିଆ ଦିକ୍ଷୀତ ସର୍ବାଧିକ ୯୯.୮ ପ୍ରତିଶତ ହାସଲ କରି ଟପ୍ପର ହୋଇଛନ୍ତି ।