ଜେଲ ଯିବେ ଜେଲର

(ଆଦର୍ଶ ରାଉତ) : ଉପକାରାଗାର ଜେଲରଙ୍କ ନାମରେ ସଙ୍ଗିନ ଅଭିଯୋଗ ଆଣିଥିଲେ ଇଜଂନିୟରିଂ ଛାତ୍ରୀ । ଖବର ଅନୁସାରେ ଭଦ୍ରକ ଜିଲ୍ଲା କରଜିଂଆ ଜେଲରେ ଜେଲର ଥିବା ଚିନ୍ମୟ ପାତ୍ର ତାଙ୍କୁ ଫସବୁକରେ ପ୍ରେମକଲେ ଓ ପରେ ବିବାହ କରି ମାନଶିକ ଓ ଶାରୀରିକ ନିର୍ଯ୍ୟତନା ସହ ବ୍ଲାକମେଲିଂ କରୁଥିଲେ ।

ଯୁବତୀଙ୍କ କହିବା ଅନୁଯାୟୀ ସେତେବେଳେ ସେ ଏକ ଘରୋଇ ଇଂଜିନିୟରିଂ କଲେଜରେ ପାଠ ପଢୁଥିଲେ । ଫେସବୁକରେ ପ୍ରେମ ହେବା ପରେ ୨୦୧୭ ଫେବୃଆରୀ ୩ରେ ଦୁହେଁ ମନ୍ଦିରରେ ବିବାହ କରିଥିଲେ । ବିବାହ ପରେ ଚିନ୍ମୟ ତାଙ୍କୁ କରଂଜିଆ ଜେଲ୍‌ ପରିସର କ୍ୱାର୍ଟରରେ ୨ ମାସ ରଖି ତାଙ୍କ ସହ ସମ୍ପର୍କ ସ୍ଥାପନ କରିବାସହ ଓ କୌଶଳକ୍ରମେ ଅନ୍ତରଙ୍ଗ କ୍ଷଣର ଫଟୋ ଭିଡିଓ ଉତ୍ତୋଳନ କରିଥିଲେ ଓ ପରେ ତାକୁ ଭାଇରାଲ କରିଥିଲେ । ପରେ ଚିନ୍ମୟ ବିବାହିତ ଥିବା କଥା ଯୁବତୀ ଜାଣିବାକୁ ପାଇଥିଲେ । ଏହାସହ ଚିନ୍ମୟଙ୍କର ଦୁଇଟି ପିଲା ଥିବା କଥା ମଧ୍ୟ ଜାଣିବାକୁ ପାଇଥିଲେ ଯୁବତୀ । ବିବାହିତ ବୋଲି ଜାଣିବା ପରେ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଥିଲେ ଜେଲର ସାହେବ । ପ୍ରତାରଣା ଏବଂ ନିର୍ୟ୍ୟାତନା ପରେ ଯୁବତୀଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିଲେ । ପରେ ଭଦ୍ରକ ଟାଉନ ଥାନା ପୋଲିସ୍‌ ଦଫା ୪୯୮, ୪୯୪, ୪୯୫, ୪୦୬, ୪୧୭, ୫୦୬ ଆଧାରରେ ଚିନ୍ମୟଙ୍କ ବିରୋଧରେ ଏକମାମଲା ରୁଜୁ କରିଥିଲେ । ଆଜି ବରବିଲରେ ପୁଣି ଏକ ଯୁବତୀ ଜେଲରଙ୍କ ନାମରେ ସମାନ ଅଭିଯୋଗ ଆଣିଛନ୍ତି ।

ଜେଲ ଡିଆଜି ଗୋପବନ୍ଧୁ ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି କି ଜେଲ ନିର୍ଦ୍ଦେଶକଙ୍କ ନିକଟକୁ ଅଗଷ୍ଟ ମାସରେ କିଛି ନାମନଥିବା ବ୍ୟକ୍ତିଙ୍କ ପାଖରୁ କିଛି ଅଶୀଳ ଫଟୋ ଆସିଥିଲା, ଏନେଇ ଅଗଷ୍ଟ ମାସ ୨୩ ତାରିଖରେ ଡିଆଜି ଗୋପବନ୍ଧୁ ମଲ୍ଲିକଙ୍କୁ ଏହାର ତଦନ୍ତ ଭାର ଦିଆଯାଇଥିଲା । ସେ ଭଦ୍ରକ ଜେଲରେ ପଚାରାଉଚରା କରିବାରୁ ଜଣା ପଡିଥିଲାକି ସେ ଫଟୋ ଜେଲର ସାହେବଙ୍କର ଏ ନେଇ ତନାଘନା ଯାରି ରହିଛି, ଯଦି ଚିନ୍ମୟ ପାତ୍ର ଦୋଷି ବୋଲି ସାବ୍ୟସ୍ତ ହୁଅନ୍ତି ତାହାଲେ ତାଙ୍କୁ ଗିରଫ କରାଯିବ ।