(ରାଇରଙ୍ଗପୁର / ସତ୍ୟନାରାୟଣ ପାଲ ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଦୁର୍ଗାପୂଜା ଅବ୍ୟାହତି ପୂର୍ବରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି ।ଏହି ଚଢାଉରେ ବେଆଇନ ମଦ କାରବାରରେ ଲିପ୍ତଥିବା ମହିଳା ସମେତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଯାଇଛି ।ସେମାନେ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଅଶନବଣି ଗ୍ରାମର ଗୁରୁପ୍ରସାଦ ପାତ୍ର, ପଦ୍ମପୁରର ସିନ୍ଗୋ ମାହାଲି ଏବଂ ପିଠାକୁଟୁଣି ଗ୍ରାମର ମୁଣ୍ଡୁ ମାହାଲି ।ସେମାନଙ୍କ ଠାରୁ ୨୨ ଲିଟର ଚୋରାମଦ ଏବଂ ଅନ୍ୟାନ୍ୟ ମାଦକତା ସାମଗ୍ରୀ ଜବତ କରାଯାଇଛି ।ଚଢାଉରେ ରାଇରଙ୍ଗପୁର ଅବକାରୀ ନିରିକ୍ଷକ ସୁଫଳ ମହାନ୍ତି, ସବ ଇନ୍ସପେକକ ପୂର୍ଣେନ୍ଦୁ ରାଉତ, ବହଳଦା ସବ୍ ଇନ୍ସପେକ୍ଟର ରବି ପ୍ରଧାନ ଅନ୍ୟାନ୍ୟ କର୍ମଚାରୀ ଚଢାଉରେ ସାମିଲ ହୋଇଥିଲେ ।