ଆଇପିଏଲ ସିଜିନ ୧୨ , ବିରାଟ ଓ ରୋହିତ ମୁହାଁମୁହିଁ

(ରିପୋର୍ଟସ ଟୁଡ଼େ) ବାଙ୍ଗାଲୋର : ଆଜି ଆଇପିଏଲ ସିଜିନ ୧୨ରେ ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରୋହିତଙ୍କ ମୁମ୍ୱାଇ ଇଣ୍ଡିଆନ୍ସ ମଧ୍ୟରେ ବାଙ୍ଗାଲୋରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ସିଜିନରେ ଏହି ଦୁଇ ଦଳ ପ୍ରଥମଥର ପାଇଁ ଲଢିବାକୁ ଯାଉଛନ୍ତି । ଉଭୟ ଦଳ ପ୍ରଥମ ବିଜୟ ଅପେକ୍ଷାରେ ରହିଛନ୍ତି । କାରଣ ଉଭୟ ଦଳ ପୂର୍ବ ମ୍ୟାଚ ହାରିସାରିଥିବା ବେଳେ ଏହି ମ୍ୟାଚକୁ ଜିତି ପଏଣ୍ଟ ଟେବୁଲରେ ପଏଣ୍ଟ ଆଡ୍ କରିବାକୁ ଚାହିଁବେ । ଏହି ମୁକାବିଲା ରାତି ୮ଟାରେ ଆରମ୍ଭ ହେବ ।
ରୋହିତଙ୍କ ମୁମ୍ୱାଇ ଇଣ୍ଡିଆନ୍ସ ତାର ପ୍ରଥମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ହାରିଥିବା ବେଳେ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଧୋନିଙ୍କ ସୁପରକିଙ୍ଗ୍ସ ଠାରୁ ହାରିଯାଇଥିଲା । ବିରାଟଙ୍କ ଦଳ ପାଇଁ କେବଳ ଗୋଟିଏ ପଜେଟିଭ୍ କି ସେ ଏହି ମୁକାବିଲା ତାଙ୍କ ହୋମଗ୍ରାଉଣ୍ଡରେ ଖେଳିବେ । ଫଳତଃ ପିରିସ୍ଥିତି ଓ ଘରୋଇ ସମର୍ଥକଙ୍କ ଫାଇଦା ମିଳିପାରିବ ।