୧୯ ବର୍ଷରୁ କମ୍ ବିଶ୍ୱ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ପୁରୁଷ ୫୫ କେଜି ବର୍ଗର ଆଦିତ୍ୟ ଓ ମହିଳା ମୁଷ୍ଟିଯୋଦ୍ଧା ମେଘା ସିଓକାନ୍ଦ ମହିଳା ୮୦ କେଜି ବର୍ଗର ଫାଇନାଲ୍ରେ ପ୍ରବେଶ କରି ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଶା ଉଜ୍ଜ୍ୱଳ କରିଛନ୍ତି।
ପୁରୁଷ ବର୍ଗର ସେମିଫାଇନାଲ୍ରେ ଆଦିତ୍ୟ ଆଜରବୈଜାନର ନିହାତ ଗାସିମୋଭଙ୍କୁ ୫-୦ରେ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛନ୍ତି। ଏବେ ସ୍ୱର୍ଣ୍ଣ ପଦକ ପାଇଁ ତାଙ୍କର ମୁକାବିଲା ରୁଷିଆର ଇସ୍ଲାମ ମାଗୋମେଦଭଙ୍କ ସହ ହେବ। ସେହିପରି ମହିଳା ବର୍ଗରେ ମେଘା ସିଓକାନ୍ଦ କିର୍ଗିଜସ୍ତାନର ମୀରିମ ଜିନିବେକୋଭାଙ୍କୁ ଆର୍ଏସ୍ସି ନିଷ୍ପତ୍ତିରେ ପରାସ୍ତ କରି ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଫଳରେ ଭାରତ ପାଇଁ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିବାର ସୁଯୋଗ ରହିଛି।

ଅନ୍ୟପକ୍ଷରେ, ମହିଳା ୬୫ କେଜି ବର୍ଗରେ ହର୍ଷିକା ଏବଂ ୮୦ କେଜି ବର୍ଗରେ ପ୍ରାଚୀ ତୋକାସ ସେମିଫାଇନାଲ୍ରେ ପରାସ୍ତ ହୋଇ କାଂସ୍ୟ ପଦକ ହାସଲ କରିଛନ୍ତି। ଏବେ ଆଦିତ୍ୟ ଓ ମେଘାଙ୍କ ଫାଇନାଲ୍ ମୁକାବିଲା ଉପରେ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି।
