ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରୁ ବଡ଼ ସମ୍ମାନ ପାଇବେ ଉଷା ମଙ୍ଗେଶକର । ମିଳିବ ୧୦ ଲକ୍ଷ ଟଙ୍କାର ଜାତୀୟ ପୁରସ୍କାର । ନଭେମ୍ବର ୨୯ରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଉଷା ମଙ୍ଗେଶକରଙ୍କୁ ସମ୍ମାନିତ କରାଯିବ। ପୁରସ୍କାର ବାବଦରେ ୧୦ ଲକ୍ଷ ଟଙ୍କା ସହ ପ୍ରଶସ୍ତିପତ୍ର ପ୍ରଦାନ କରାଯିବ। ଭାରତୀୟ ସଙ୍ଗୀତ ଜଗତର ବିଶିଷ୍ଟ କଣ୍ଠଶିଳ୍ପୀ ଉଷା ମଙ୍ଗେଶକରଙ୍କୁ ମିଳିବ ସମ୍ମାନଜନକ ‘ଭାରତ ରତ୍ନ ଡକ୍ଟର ଭୂପେନ ହଜାରିକା ଜାତୀୟ ପୁରସ୍କାର’। ଆସାମ ସରକାରଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ପ୍ରଦାନ କରାଯିବାକୁ ଥିବା ଏହି ପୁରସ୍କାର ପାଇଁ ୯୦ ବର୍ଷୀୟା ଉଷା ମଙ୍ଗେଶକରଙ୍କୁ ମନୋନୀତ କରାଯାଇଛି।
ନଭେମ୍ବର ୨୯ ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସମ୍ମାନିତ କରିବେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏନେଇ ଘୋଷଣା କରିଛନ୍ତି। ଏହି ପୁରସ୍କାର ଅଧୀନରେ ଉଷା ମଙ୍ଗେଶକରଙ୍କୁ ୧୦ ଲକ୍ଷ ଟଙ୍କାର ନଗଦ ରାଶି ସହ ପ୍ରଶସ୍ତିପତ୍ର ପ୍ରଦାନ କରାଯିବ।