ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିବ ଭାରତ

ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିବ ଭାରତ। ୨୦୨୯ ମସିହାରେ ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହେବ ସିନିୟର ଭାରୋତ୍ତୋଳନ ବିଶ୍ୱ ଚାମ୍ପିଅନସିପ୍‌। ଅନ୍ତର୍ଜାତୀୟ ଭାରୋତ୍ତୋଳନ ମହାସଂଘ (IWF) ପକ୍ଷରୁ ଏନେଇ ଆଧିକାରିକ ଘୋଷଣା କରାଯାଇଛି। ଏହା ସହ ପ୍ରଥମ ଥର ପାଇଁ ଭାରତ ଏହି ମର୍ଯ୍ୟାଦାଜନକ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରିବାକୁ ଯାଉଛି।

Mirabai Chanu ruled out of Asian Weightlifting Championships in Gandhinagar

ଚୀନର ନିଙ୍ଗବୋଠାରେ ଅନୁଷ୍ଠିତ IWFର କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକରେ ୨୦୨୯ ଓ ୨୦୩୦ ବିଶ୍ୱ ଚାମ୍ପିଅନସିପ୍‌ର ଆୟୋଜକ ସହର ଚୟନ କରାଯାଇଛି। ୨୦୨୯ରେ ଅହମ୍ମଦାବାଦ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ଥିବାବେଳେ ୨୦୩୦ରେ ରୁଷର ମସ୍କୋରେ ଆୟୋଜିତ ହେବ ବିଶ୍ୱ ଚାମ୍ପିଅନସିପ୍‌। ସେହିପରି ୨୦୨୮ ବିଶ୍ୱ ଯୁବ ଭାରୋତ୍ତୋଳନ ଚାମ୍ପିଅନସିପ୍‌ କୋସୋଭୋର ପ୍ରିଷ୍ଟିନାରେ ଏବଂ ବିଶ୍ୱ ଜୁନିୟର ଚାମ୍ପିଅନସିପ୍‌ ଭେନେଜୁଏଲାର କାରାକାସରେ ଆୟୋଜିତ ହେବ।

CWG 2022: Weightlifter Jeremy Lalrinnunga Clinches 2nd Gold for India in  Men's 67kg Category | Other-sports News - News18

ଅହମ୍ମଦାବାଦକୁ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାର ଆୟୋଜନ ଦାୟିତ୍ୱ ମିଳିବା ପରେ ଭାରତର କ୍ରୀଡ଼ା ଭିତ୍ତିଭୂମି ଓ ଅନ୍ତର୍ଜାତୀୟ ପରିଚୟ ଆହୁରି ମଜଭୁତ ହେବ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ୨୦୩୦ ମସିହାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନର ଦାୟିତ୍ୱ ମଧ୍ୟ ଅହମ୍ମଦାବାଦକୁ ମିଳିଛି। ଏହି ଦୁଇଟି ବଡ଼ ଆନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ଗୁଜରାଟ ସମେତ ସମଗ୍ର ଭାରତ ପାଇଁ ଗୌରବର ବିଷୟ ହେବ।

Ahmedabad to host senior Weightlifting World Championships in 2029: IWF