ବାପା, ପୁଅଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ

ପାର୍କରେ ଝିଅ ଧରି ବୁଲୁଥିଲା ପୁଅ; ତା’ପରେ

ପୁଅ ଝିଅ ଧରି ବୁଲୁଥିଲା । ପରିବାରକୁ ମିଳିଲା ସଜ୍ଜା ।  ପୁଅ ସହ ବାପାକୁ  ମାଡ଼ ମରାଯିବା ସହ ଦିଆଯାଇଛି ଭୟଙ୍କର ନିର୍ୟାତନା। ସେମାନଙ୍କୁ ବିଚ୍‌ ରାସ୍ତାରେ ଅଭିଯୁକ୍ତମାନେ ଉଲଗ୍ନ କରି ଚଲାଇ ଚଲାଇ ନେଇଛନ୍ତି। ପଶ୍ଚିମବଙ୍ଗର ଏପରି ଘଟଣା ଘଟିଛି। ୧୮ ବର୍ଷୀୟ ପିଲା ଜଣେ ୧୩ ବର୍ଷୀୟ ଝିଅ ସହ ବୁଲୁଥିବା ଜଣାପଡ଼ିବା ପରେ ତାଙ୍କୁ ଓ ତାଙ୍କ ପରିବାରକୁ ନିର୍ୟାତନା ମିଳିଛି। ପୁଲିସ୍‌ ଏହି ଘଟଣାରେ ନାବାଳିକାଙ୍କ ପରିବାରର ୩ ଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

ରବିବାର ଅପରାହ୍ନ ସମୟରେ କୋଲକାତାରର ବେହାଲା ଅଞ୍ଚଳରରେ ଏକ ପାର୍କରେ ଜଣେ ୧୩ ବର୍ଷୀୟ ଝିଅ ଓ ଜଣେ ୧୮ ବର୍ଷୀୟ ପୁଅ ଏକାଠି ବସି କଥା ହେଉଥିଲେ। କିଛି ଦୂରରେ ପୁଅର ସାଙ୍ଗ ମଧ୍ୟ ରହିଥିଲା। ହେଲେ ଏହାକୁ ଦେଖି ଦେଇଥିଲେ ନାବାଳିକାଙ୍କ ପରିବାର ଲୋକ।

ଆଉ ତା’ ପରେ ଆରମ୍ଭ ହୋଇଥିଲା ତାଲିବାନୀ ଦଣ୍ଡ। ନାବାଳିକାଙ୍କ ବାପା ଓ ମାମୁ ହଠାତ୍ ୧୮ ବର୍ଷୀୟ ପୁଅ ଓ ତାଙ୍କ ସାଙ୍ଗକୁ ମାଡ଼ି ବସିଥିଲେ। ଉଭୟଙ୍କୁ ଗୋଟିଏ ଘରେ ବନ୍ଦ କରି ପ୍ରବଳ ମାଡ଼ ମାରିଥିଲେ। ସେମାନଙ୍କୁ ସେହି ସ୍ଥାନରେ ବେଶ କିଛି ଘଣ୍ଟା ବନ୍ଦ କରି ରଖିଥିଲେ।

ଏହାପରେ ୧୮ ବର୍ଷୀୟ ପୁଅର ବାପାଙ୍କୁ ଡାକରା ପଠାଇଥିଲେ ନାବାଳିକାର ବାପା। ପୁଅ ବନ୍ଧକ ଥିବା ଜାଣି ବାପା ଜଣଙ୍କ ମଧ୍ୟ ଦୌଡ଼ି ଆସିଥିଲେ। ବାପା ପହଞ୍ଚିବା ପରେ ନାବାଳିକାଙ୍କ ପରିବାର ଲୋକ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ।

ଶେଷରେ ୩ ଜଣଙ୍କୁ ଉଲଗ୍ନ କରି ସ୍ଥାନୀୟ ଅଞ୍ଚଳରେ ବୁଲାଇଥିଲେ। ଏହାକୁ ଦେଖି ସ୍ଥାନୀୟ ଲୋକ ମଧ୍ୟ ଚକିତ ହୋଇଥିଲେ।