ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରି ୧୭ କଏଦୀ ଛୁ

ତାମିଲନାଡୁର ଥେନି ଜିଲ୍ଲାର ଏକ ଉପ-କାରାଗାରରୁ ୧୭ଜଣ କଏଦୀ ଚମ୍ପଟ ମାରି ଛୁ । କଏଦୀମାନେ ଜଣେ ଜେଲ୍ କର୍ମଚାରୀଙ୍କୁ ଆକ୍ରମଣ କରି ଖସି ପଳାଇଛନ୍ତି।ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସ ଏକ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ କରିଛି।

ପୁଲିସ ଅଧିକାରୀଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ସମ୍ପୃକ୍ତ କଏଦୀଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଛି ଏବଂ ବାକି କଏଦୀଙ୍କ ସନ୍ଧାନ ଜାରି ରହିଛି। ଧରାପଡ଼ିଥିବା କଏଦୀଙ୍କୁ ପ୍ରବୀଣ କୁମାର, ସିଲାମ୍ବରସନ, ରାଜକୁମାର ଏବଂ ରାଜା ସିକନ୍ଦର ଭାବରେ ଚିହ୍ନଟ କରାଯାଇଛି । ଅବଶିଷ୍ଟ ୧୩ ଜଣ କଏଦୀଙ୍କୁ ଖୋଜିବା ପାଇଁ ଜିଲ୍ଲାର ଘନ ଜଙ୍ଗଲ ଅଞ୍ଚଳରେ ଜୋରଦାର ତଲାସୀ ଅଭିଯାନ ଜାରି ରହିଛି।ପୁଲିସର ସୂଚନା ଅନୁଯାୟୀ, ସମସ୍ତ ୧୭ ଜଣ କଏଦୀଙ୍କୁ ଗୋଟିଏ କୋଠରୀରେ ବନ୍ଦୀ କରାଯାଇଥିଲା।

ବିଳମ୍ବିତ ରାତିରେ ଜେଲ କର୍ମଚାରୀମାନେ ସୂଚନା ପାଇଲେ ଯେ, ଜଣେ କଏଦୀ ଅସୁସ୍ଥ ଅଛନ୍ତି । କର୍ମଚାରୀମାନେ କୋଠରୀ ଭିତରକୁ ପ୍ରବେଶ କରିବା ପରେ କଏଦୀମାନେ ସେମାନଙ୍କ ଉପରେ ଆକ୍ରମଣ କରି ଖସିଯିବାରେ ସଫଳ ହୋଇଥିଲେ । ତେବେ ସୁରକ୍ଷା ତ୍ରୁଟି ଏବଂ କଏଦୀମାନେ କିପରି ଖସିଗଲେ ତାହା ତଦନ୍ତାଧୀନ ରହିଛି।