(ଆଦର୍ଶ ରାଉତ) : ପୂର୍ବରୁ ଓଆରଏଚଡିସି ଦୁର୍ନୀତି ମାମଲାରେ ଆଇଏଏସ୍ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ ଭିଜିଲାନ୍ସ କୋର୍ଟ । ଅଗଷ୍ଟ ୧୦ତାରିଖ ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଥିଲେ ବିନୋଦ । ଆଇଏଏସ୍ ବିନୋଦଙ୍କ ନାଁରେ ଏନବିଡବ୍ଲ୍ୟୁ ଜାରି ହୋଇଥିଲା । ଅନ୍ୟତମ ଦୋଷୀ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ମଧ୍ୟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ତେବେ ଏହାପରେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ।
ଓଆରଏଚଡିସି ଦୁର୍ନୀତି ଅଭିଯୋଗ ମାମଲାରେ ଆଇଏଏସ ବିନୋଦ କୁମାରଙ୍କୁ ପୁଣି ଜେଲ ଦଣ୍ଡାଦେଶ । ୧କୋଟି ଟଙ୍କାର ଫ୍ଲାଟ ଋଣ ନାଁରେ ଦୁର୍ନୀତି ମାମଲାରେ ଜେଲ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମାମଲାର ଶୁଣାଣୀ କରି ବିନୋଦଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ବିନୋଦ କୁମାରଙ୍କ ସହ ୬ଜଣଙ୍କୁ ୩ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ତତ୍କାଳୀନ ଆକାଉଣ୍ଟସ୍ ଅଫିସର ଚିତ୍ତ ମଲିକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।