ଭବାନୀପାଟଣା ବାଏପାସ ରାସ୍ତାରେ ଦୁର୍ଘଟଣା, 2ମୃତ

ହାଇୱାକୁ ପିଟିଲା BMW କାର । କଳାହାଣ୍ଡି ଜିଲା ଭବାନୀପାଟଣା ବାଏପାସ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ପଛ ପଟରେ BMW କାର ଧକ୍କା ଦେବାରୁ ୨ ଜଣକର ମୃତ୍ୟୁ ହୋଇଛି ମୃତ ବ୍ୟକ୍ତି ହେଲେ ବଲାଙ୍ଗୀର ଜିଲା ଟିଟଲାଗଡ଼ର ପିଣ୍ଟୁ ବାଗ ଓ ଧର୍ମଗଡ଼ ଅଞ୍ଚଳର ଗୌତମ ନାଏକ ବୋଲି ଜଣାପଡିଛି। କାର ର ନଂ (ଏଚ ଆର ୨୬ ସି ବି ୫୩୮୪) କୁ ଦେଖିଲେ ଏହା ହରିୟାଣା ରାଜ୍ୟର ନମ୍ବର ବୋଲି ଜଣାପଡିଛି। ସେହିପରି ହାଇୱାର ନଂ (ଓଡ଼ି ୧୮ ଜି ୪୯୩୨) ରହିଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ କାର ଟି ସମ୍ପୂର୍ଣ୍ଣ ଚୁର ମାର ହୋଇଯାଇଛି।