ମୁହାଁ-ମୁହିଁ ଦୁଇ ଟ୍ରେନ । ଭୁବନେଶ୍ବରରେ ସାମ୍ନାସାମ୍ନି ହେଲା ଦୁଇ ଟ୍ରେନ । ଗୋଟାଏ ଟ୍ରାକରେ ଦୁଇ ଟ୍ରେନ । ଟ୍ରେନର ବେଗ କମ ଥିବାରୁ ବର୍ତ୍ତି ଗଲା ବଡ ଦୁର୍ଘଟଣା। ଝାରପଡ଼ା ବ୍ରିଜ୍ ନିକଟରେ ଦୁଇ ଟ୍ରେନ୍ ମୁହାଁମୁହିଁ । ଭୁବନେଶ୍ବର ଷ୍ଟେସନରୁ ଆସୁଥିଲା ଟ୍ରେନ, ଏବଂ ମଞ୍ଚେଶ୍ବର ଦିଗରୁ ଯାଉଥିବା ଟ୍ରେନ ମୁହାଁମୁହିଁ ହୋଇଥିବା ସୂଚନା । ଭୟରେ ଟ୍ରେନରୁ ଓହ୍ଲାଇ ପଡିଥିଲେ ଯାତ୍ରୀ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ସିଗନାଲ୍ ତ୍ରୁଟି ପାଇଁ ଗୋଟିଏ ଟ୍ରାକରେ ଦୁଇ ଟ୍ରେନ ମୁହାଁ ମୁହିଁ ହୋଇଥିବା ଜଣାପଡିଛି। ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ଏତିସହିତ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।
ତେବେ ଏତେ ବଡ ଭୁଲ୍ କେମିତି ହେଲା ? କାହାର ତ୍ରୁଟି ପାଇଁ ଆଜି ଏପିରି ବଡ ଦୁର୍ଘଟଣା ଘଟିବାକୁ ଯାଉଥିଲା । ସେ ସବୁର ଦନ୍ତ ଆରମ୍ଭ କରିଛନ୍ତି ରେଳ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ।