ଲାଞ୍ଚ ନେଇ ଧରାପଡ଼ିଲେ କଳାହାଣ୍ଡି ଜିଲ୍ଲା ଜଳଛାୟା ମିଶନ ର ମନରେଗା ଯୋଜନା ସଂଯୋଜିକା ପ୍ରିୟଙ୍କା ଜେନା । ୩୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାବୁଆଣୀ ।
/odishatv/media/post_attachments/uploadimage/library/16_9/16_9_0/vigilance-directorate_1626675973.jpg)
ଅଭିଯୋଗ ଅନୁଯାୟୀ ମେଦିନୀପୁରର ଚାଷୀ ଜାଭେଦ ଅନସାରୀ ଏବଂ ତାଙ୍କ ଭାଇଙ୍କ ଜମିରେ ୨ ଟି ଫାର୍ମ ପଣ୍ଡ ବା ପୋଖରୀ କାମ କରାଯାଇଥିଲା । ପ୍ରାୟ ୪ ଲକ୍ଷ ଟଙ୍କାର ଫାର୍ମ ପଣ୍ଡ ପାଇଁ ୨ ଲକ୍ଷ ୬୮ ହଜାର ଟଙ୍କାର ବିଲ ହେଇଥିଲା । ପ୍ରିୟଙ୍କା ତାର ୧୮ ପ୍ରତିଶତ ଦାବି କରିଥିଲେ । ମୂଲଚାଲ ପରେ ୩୫ ହଜାର ଟଙ୍କା ନେବାକୁ ସେ ଜିଦ୍ ଧରିଥିଲେ । ଆଜି ସ୍ଥାନୀୟ ଇରିଗେଶନ କଲୋନୀ ଛକ ନିକଟରେ ଜାଭେଦଙ୍କ ଠାରୁ ସେ ୩୫ ହଜାର ଟଙ୍କା ନେବାବେଳେ ସେଠାରେ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା ।
