(ସୋନପୁର / ଓମ ପ୍ରକାଶ ମିଶ୍ର ): ଗତକାଲି ସନ୍ଧ୍ୟାରେ ସୋନପୁର ପଟାଭାଡି ସ୍ଥିତ ନବନିର୍ମିତ ସଂସ୍କୃତି ଭବନ ଦୁଇବର୍ଷ ପୂର୍ବରୁ ଏହି ଭବନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ ଘାଟନ କରିଥିଲେ । ତାହା ଆଜି ପର୍ୟ୍ୟନ୍ତ ପଡି ରହିଥିଲା।ଜିଲ୍ଲାପାଳ ମୋନିଷା ବାନାର୍ଜୀ ଙ୍କ ଉଦ୍ୟମ କ୍ରମେ ସଂସ୍କୃତି ଭବନକୁ ବିଦ୍ୟୁତ ସଂଯୋଗ ହୋଇଥିଲା।ପ୍ରଥମେ କାର୍ୟ୍ୟକ୍ରମ ସ୍ୱରୂପ ଏଠାରେ ଜୟନ୍ତୀ ପାଇଁ ପୂର୍ବରୁ ଆୟୋଜିତ ପ୍ରତିଯୋଗିତା ର କୄତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା।ସେହି ଭବନ ଠାରେ ବିଭିନ୍ନ ସ୍ଥାନରୁ ଆସିଥିବା ସାସ୍କୃତିକ କମିଟି ପକ୍ଷରୁ ଓ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ମଧ୍ୟ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସରତ୍ ଚନ୍ଦ୍ର ପଣ୍ଡା, ଜିଲ୍ଲା ଲୋକ ସଂପର୍କ ଓ ସୂଚନା ଅଧିକାରୀ ହରିଚରଣ ମିଶ୍ର,ପୈ।ରପରିଷଦ ନିର୍ବାହୀ ଅଧିକାରୀ ଜଗଦୀଶ ମହାନନ୍ଦ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।