ଭୂବନେଶ୍ୱରରେ ଲାଇଭ ପରଫରମାନ୍ସ କରିବେ ଓସ୍କାର ବିଜେତା ଏ.ଆର ରେହେମାନ

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ପୁରୁଷ ହକି ବିଶ୍ୱକପ ଉଦ୍ଦଘାଟନୀ ସଂଗୀତ ଗାଇବେ ଓସ୍କାର ବିଜେତା ଏ.ଆର ରେହେମାନ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ୱିଟ ମାଧ୍ୟମରେ ହକିପ୍ରେମୀ ଓ ଓଡିଶାବାସୀଙ୍କୁ ଜଣାଇଛନ୍ତି । ଆସନ୍ତା ନଭେମ୍ବର ୨୮ ତାରିଖରେ ହେବାକୁଥିବା ପୁରୁଷ ହକି ବିଶ୍ୱକପର ଉଦ୍ଦଘାଟନୀ ଉତ୍ସବ ଅବସରରେ ସଙ୍ଗୀତ ପରିବେଷଣ କରିବେ ରେହେମାନ । ମିଳିଥିବା ସୂଚନା ଅନୁଯାୟୀ ପ୍ରଖ୍ୟାତ ଗିତିକାର ଗୁଲଜାରଙ୍କ ସହ ମିଶି ଏହି ପୁରୁଷ ହକି ବିଶ୍ୱକପର ଅଫିସିଆଲ ଟାଇଟେଲ ସଂଗୀତକୁ ପ୍ରସ୍ତୁତ କରିଛନ୍ତି । ବିଶ୍ୱକପ ହକି ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନିଜର ପ୍ରଥମ ଲାଇଭ ପରଫରମାନ୍ସ କରିବେ ଏହି ସଙ୍ଗୀତ ଯାଦୁଗର ଏ.ଆର ରେହେମାନ ।