ମାତ୍ର ୧୪ ବଲ୍ରେ ଅର୍ଦ୍ଧଶତକ, ମହିଳା ଟି-୨୦ରେ ନୂଆ ବିଶ୍ୱ ରେକର୍ଡ

ମହିଳା ଟି-୨୦ କ୍ରିକେଟ୍‌ରେ ନୂଆ ଇତିହାସ ରଚିଛନ୍ତି ଭାରତୀୟ କ୍ରିକେଟର ପ୍ରେମା ରାୱତ। ମାତ୍ର ୧୪ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ସେ ସୃଷ୍ଟି କରିଛନ୍ତି ନୂଆ ବିଶ୍ୱ ରେକର୍ଡ। ଭାରତୀୟ ସିନିୟର ମହିଳା ଟି-୨୦ ଟ୍ରଫିରେ ଉତ୍ତରାଖଣ୍ଡ ପକ୍ଷରୁ ଖେଳି ଏହି ଐତିହାସିକ ସଫଳତା ପାଇଛନ୍ତି ୨୪ ବର୍ଷୀୟା ପ୍ରେମା।

ଏହି ରେକର୍ଡ ସହ ଭାଙ୍ଗିଛି ପାକିସ୍ତାନ ଅଧିନାୟିକା ଫାତିମା ସନାଙ୍କ ରେକର୍ଡ। ଏହା ପୂର୍ବରୁ ୧୫ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ମହିଳା ଟି-୨୦ କ୍ରିକେଟ୍‌ରେ ଦ୍ରୁତତମ ଫିଫ୍ଟିର ରେକର୍ଡ ନିଜ ନାମରେ ରଖିଥିଲେ ଫାତିମା। ତେବେ ମାତ୍ର ଗୋଟିଏ ବଲ୍‌ କମ୍‌ରେ ଅର୍ଦ୍ଧଶତକ ପୂରଣ କରି ପ୍ରେମା ଏବେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ପ୍ରେମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଥିଲା ରନ୍‌ର ବର୍ଷା। ୩୫୭.୧୪ ଷ୍ଟ୍ରାଇକ୍‌ ରେଟ୍‌ରେ ବ୍ୟାଟିଂ କରି ସେ ନିଜର ୫୦ ରନ୍‌ ମଧ୍ୟରୁ ୪୮ ରନ୍‌ କେବଳ ଚୌକା ଓ ଛକା ଜରିଆରେ ସଂଗ୍ରହ କରିଥିଲେ। ତାଙ୍କର ଏହି ବିସ୍ଫୋରକ ପାଳି ଏବେ ଭାରତୀୟ ମହିଳା କ୍ରିକେଟ୍‌ ପାଇଁ ଏକ ବଡ଼ ଉପଲବ୍ଧି ପାଲଟିଛି।