(ମୁମ୍ବାଇ) : ଗୁରୁମିତ ଚୌଧୁରୀ ଏବଂ ଦେବିନା ବାନାର୍ଜୀଙ୍କ ଘରକୁ ଆସିଲା କୁନି ଅତିଥି । ଗୁରୁମିତ ନିଜେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି।

ସେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଗୁରୁମିତ ଦେବିନାଙ୍କ ହାତ ଧରିଛନ୍ତି ଏବଂ ଯେତେବେଳେ ଦେବିନା ତାଙ୍କ ହାତ ଖୋଲନ୍ତି, ସେତେବେଳେ ଝିଅର ଛୋଟ ହାତ ଦେଖାଯାଇଛି। ଏହି ଭିଡିଓଟି ଖୁବ୍ ସୁନ୍ଦର ହୋଇଛି।

ଭିଡିଓ ସେୟାର କରି ଗୁରୁମିତ ଲେଖିଛନ୍ତି, ‘କୃତଜ୍ଞତା ସହିତ ଆମେ ଆମର ବେବି ଗର୍ଲକୁ ଏହି ଦୁନିଆରେ ସ୍ୱାଗତ କରୁଛୁ … ୩-୪-୨୦୨୨, ଆପଣ ସମସ୍ତଙ୍କର ପ୍ରେମ ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ।’ ଗୁରମିତଙ୍କ ଏହି ପୋଷ୍ଟରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟ୍ ପର୍ଯ୍ୟନ୍ତ ସମସ୍ତେ ଅଭିନନ୍ଦନ ଜଣାଉଛନ୍ତି।