କଞ୍ଚା ଲଙ୍କା ଖାଇବା ଦ୍ୱାରା କଣ ମିଳିଥାଏ ଲାଭ

(ସୌମ୍ୟ ରଂଜନ ସେଠୀ): କଞ୍ଚା ଲଙ୍କା ଖାଇବାକୁ ରାଗ ଲାଗେ। ଏଥିପାଇଁ ଅନେକେ ଏହାକୁ ଖାଇବାକୁ ପସନ୍ଦ କରି ନ ଥାନ୍ତି। ହେଲେ ଏଥିରେ କେତେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରିହିଛି।

ତାହାଲେ ଆସନ୍ତୁ ଯାଣିବା କଚାଂଲଙ୍କା ଖାଇବା ଦ୍ୱାରା କଣ ଲାଭ ମିଳିଥାଏ
 ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଅଳ୍ପ ପରିମାଣରେ କଞ୍ଚା ଲଙ୍କା ଖାଆନ୍ତି ତେବେ ତାହା ତାଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।
 ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କେବଳ ସେତିକି ନୁହେଁ, ଏହାକୁ ଖାଇବା ଦ୍ୱାରା ଶରୀରେ ଥିବା ବିଷାକ୍ତ ତତ୍ତ୍ୱକୁ ନିଷ୍କାସନ କରିବାରେ ସାହାଯ୍ୟ କରିଥାଏ।
 କଞ୍ଚାଲଙ୍କାରେ ଭିଟାମିନ୍‌ ‘ଏ’, ‘ବି-୬’, ଆଇରନ୍‌, ପୋଟାସିୟମ ଏବଂ କାର୍ବୋହାଇଡ୍ରେଡ ଭରି ରିହିଛି।