ମଦ ବିକ୍ରେତାଙ୍କ ଦାଦାଗିରି

କ.ନୂଆଗା  /ମନୋଜ ପଣ୍ଡା : କନ୍ଧମାଳ କ.ନୂଆଗାଁ ର ଦୁଇ ମଦ ବିକ୍ରେତାଙ୍କ ମାଡ ମାରିବା ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଏହି ଦୁଇ ବ୍ୟକ୍ତି ଗତ କିଛି ଦିନ ହେଲା କୁଡୁତେଲି ଗ୍ରାମରେ ମଦ ବିକ୍ରି କରି ଅସୁସ୍ଥ ବାତାବରଣ ସୃଷ୍ଟି କରୁଥିଲେ । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଖେଳିଯାଇଥିଲା ଭୟର ବାତାବରଣ । କିନ୍ତୁ ଏହି ମଦ ବିକ୍ରିକୁ ବିରୋଧ କରି ବରାଳ ଦେବୀ ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ମାନେ କୁଡୁତେଲି ଗାଁ ରେ ମଦ ଜବତ କରିଥିଲେ । ଜବତ କରିବା ପରେ ଉକ୍ତ ମହିଳାମାନେ ସରପଞ୍ଚଙ୍କୁ ଖବର ଦେଇଥିଲେ । କୁଡୁତେଲି ଗ୍ରାମବାସୀ, ସରପଞ୍ଚ ଶ୍ରୀ ଚନ୍ଦ୍ର ମଲିକ ଙ୍କୁ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ ସହ ଦୁଇ ମଦ ବିକ୍ରେତା ମାଡ ମାରିଥିବା ନେଇ କ. ନୂଆଗାଁ ଥାନା ରେ ଲିଖିତ ଅଭିଯୋଗ କରିଥିଲେ କ୍ଷ ପରେ ଅଭିଯୋଗ ଅନୁଯାୟୀ ତଦନ୍ତ କରି ଦୁଇ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି କ୍ଷ ଦୁଇ ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି କୁଡୁତେଲି ଗାଁ ର ଗୁରୁବାରୀଆ ଦିଗାଲ ଓ ବିନାଶ ଦିଗାଲ .