ପୁରୀ/ସଞ୍ଜୟ ମହାପାତ୍ର: ଦୁଇଦିନିଆ ଓଡିଶା ଗସ୍ତରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା। ଆଜି ଅପରାହ୍ନରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ପରେ ଭୁବନେଶ୍ୱରରେ ଓହୁବ୍ କାର୍ୟ୍ୟକ୍ରମରେ ଯୋଗଦେଇ ସିଧାସଳଖ କଡା ସୁରକ୍ଷା ମଧ୍ୟରେ ପୁରୀର ଏକ ଘରୋଇ ହୋଟେଲକୁ ଆସିଥିଲେ। କିଛି ସମୟ ବିଶ୍ରାମ ପରେ ମନୋଜ ସିହ୍ନା ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ। ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ତାକୁ ସେବାୟତ ମଧୁସୂଦନ ସିଂହାରୀ ଖଣ୍ଡୁଆ ପ୍ରଦାନ କରି ସ୍ୱାଗତ କରିବା ସହ ଶ୍ରୀମନ୍ଦିର ଭିତରେକୁ ପାଛୋଟି ନେଇଥିଲେ। ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପାର୍ଶ୍ୱଦେବାଦେବୀଙ୍କୁ ଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିଥିଲେ। ତେବେ ଆଜି ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ପୁରୀର ଏକ ଘରୋଇ ହୋଟେଲରେ ରାତ୍ରୀଯାପନ କରିବା ସହ ଆସନ୍ତାକାଲି ସକାଳେ ଶ୍ରୀମନ୍ଦିର ଯାଇ ପୁର୍ନବାର ମହାପ୍ରଭୁଙ୍କ ଦର୍ଶନ କରିବାର ସୂଚି ରହିଥିବା ଜଣାପଡିଛି।