(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା କୋଣାର୍କ ରେ ବଙ୍ଗୀୟ ଯୁବତୀଙ୍କୁ ବନ୍ଦ କୋଠରୀରୁ ଉଦ୍ଧାର ଘଟଣାରେ ପୋଲିସ ଜଣେ ଦଲାଲ କ୍ରୁର୍ଷ୍ଣଚନ୍ଦ୍ର ବେହେରାଙ୍କୁ ଥାନାରେ ଅଟକ ରଖିଛି । ଅନ୍ୟପଟେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କର ନେତୁତ୍ବରେ ବିଜେପି ମହିଳା ମୋର୍ଚ୍ଚା କୋଣାର୍କ ଥାନାରେ ପହଁଚି ଘଟଣା ସମ୍ପର୍କରେ ନିମାପଡା ଏସଡ଼ିପିଓଙ୍କ ସହିତ ଆଲୋଚନା କରିଛନ୍ତି । ଅଭିଯୁକ୍ତ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛି ମହିଳା ମୋର୍ଚା । ଏହି ଘଟଣାରେ ପୋଲିସର ଅପାରଗତାକୁ ଦାୟୀ କରିଛି ମହିଳା ମୋର୍ଚ୍ଚା । ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ ନକେଲ ଏସ୍ ପି ଅଫିସ ଘେରାଉ କରିବାକୁ ମହିଳା ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି ।
କେଣାର୍କ ପୋଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁବାସ ବେହେରାକୁ ଖୋଜୁଛି ପୋଲିସ । ଘଟଣା ଘଟିଥିବା କୋଣାର୍କ ମାର୍କେଟ କମ୍ପ୍ଲେକ୍ସ ଥିବା ଘରକୁ ଯାଇ ସରଜମିନ ତଦନ୍ତ କରିଛି । ସେପଟେ ଘଟଣାର ଏବେ ନୂଆ ମୋଡ଼ ନେବାକୁ ବସିଥିବା ଅନୁମାନ କରାଯାଉଛି, ଘର ମାଲିକ ଗତକାଲି ପୋଲିସ ଦ୍ଵାରା ଅଟକ ରହିଥିବା ବେଳେ ଆଜି ଜୈନିକ ମହିଳା ସମ୍ପ୍ରୁକ୍ତ ଘର ତାଙ୍କର ବୋଲି କହି ଘଟଣାକୁ ନୂଆ ମୋଡ଼ ଦେଇଛନ୍ତି।