(ମୁମ୍ବାଇ) : ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ। କିଶୋରୀ ଶହାଣେ । ଏକ ଟ୍ରକ୍ ସହ ତାଙ୍କ କାର୍ ଧକ୍କା ହୋଇଛି। ତେବେ ଭାଗ୍ୟବଶତଃ ଏଥିରୁ ବର୍ତ୍ତି ଯାଇଛନ୍ତି ଅଭିନେତ୍ରୀ କିଶୋରୀ। ଏନେଇ ଇନ୍ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସେ ନିଜେ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ , ଶନିବାର କିଶୋରୀ ଏବଂ ତାଙ୍କ ପରିବାର ମିଶି କାର୍ରେ କେଉଁ ଆଡେ ଯାଉଥିଲେ। ଏତିକି ବେଳେ ଏକ ଟ୍ରକ୍ ସହ ତାଙ୍କ କାରର ଧକ୍କା ହୋଇଥିଲେ। ଏଥିରେ ତାଙ୍କ କାର୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେ ଏବଂ ତାଙ୍କ ପରିବାର ସୁରକ୍ଷିତ ଅଛନ୍ତି। କିଶୋରୀ ଫଟୋ ଶେଆର କରି, ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବାରୁ ଭଗବାନଙ୍କୁ ଧନ୍ୟବାଦ ଜଣାଛନ୍ତି।