( ଅମରେନ୍ଦ୍ର ଦେହୁରି) : ଗରିବକୁ ଦଇବ ଶାହା । ରାଜ୍ୟ ସରକାର ଗରିବ ଲୋକଙ୍କୁ ସବୁ ପ୍ରକାର ସହୟତା ଯୋଗାଇ ଦେବାକୁ ଗୋଟିଏ ପରେ ଗୋଟିଏ ଯୋଜନା ଆରମ୍ଭ କରୁଛନ୍ତି । କିନ୍ତୁ ସେହିି ଯୋଜନା ଗୁଡିକ କେତେ ଦୂର ଗରିବ ଲୋକଙ୍କ ପାଖରେ ପହଞ୍ଚି ପାରୁଛି କି ନାହିଁ ତାହା ରାଜ୍ୟ ସରକାରଙ୍କ ପାଖରେ ହିସାବ ନାହିଁ । ଏହି ସବୁ ଯୋଜନା ଖାଲି ଫାଇଲିରେ ହିଁ ସୀମିତ ରହିଯାଉଛି । ବାସ୍ତବ କ୍ଷେତ୍ରରେ ଗରିବ ଲୋକଙ୍କ ପାଖରେ ଏହି ଯୋଜନା ସଠିକ୍ ରୂପେ ପହଞ୍ଚିପାରୁନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ଘଟଗାଁ ବ୍ଲକ ବାଲି ପାଖେରୀ ଗ୍ରାମପଞ୍ଚାତର ଛୋଟରାୟପୁର ଗାଁରେ ।
ଆଦିବାସୀ ମୁଣ୍ଡା ସଂପ୍ରଦାୟର ଜ୍ୟୋସା୍ନ ମୁଣ୍ଡାଙ୍କ ବାମ ଗୋଡ ଧୀରେ ଧୀରେ ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖାଇବା ପରେ ଅସ୍ତ୍ରୋପ୍ରଚାର ଆବଶ୍ୟକତା ବୋଲି ଡାକ୍ତର ପ୍ରକାଶ କରିଥିଲେ । ଆଜିକୁ ପ୍ରାୟ ଦୁଇ ବର୍ଷ ହୋଇଗଲାଣି ତାଙ୍କ ସ୍ୱାମୀଙ୍କର ପରଲୋକ ହୋଇଛି । ପର ଘରେ ଅଇଁଠା ବାସନ ସଫା କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି ସେ । ସରକାରଙ୍କ ସ୍ୱାସ୍ଥ୍ର୍ୟ ବୀମା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ଏଥିରୁ ବଞ୍ଚିତ ରହିଛନ୍ତି ଜ୍ୟୋସ୍ନା । ଏନେଇ ଜ୍ୟୋସା୍ନ ସରପଞ୍ଚଙ୍କ ଦ୍ୱାରସ୍ଥ ହୋଇଥିଲେ । ସରପଞ୍ଚଙ୍କ ସାହାଯ୍ୟ କ୍ରମେ ତାଙ୍କୁ ସଦର ମେଡିକାଲ ନିଆଯାଇଥିଲା । ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ ହେବ ବୋଲି ଡାକ୍ତର କହିଥିଲେ । ଯଦି ଜ୍ୟୋସ୍ନାକୁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଆର୍ଥିକ ସହାୟତା ରାଶି ମିଳନ୍ତା ତେବେ ସେ ଉପକୃତ ହୋଇପାରନ୍ତେ ।