କରୋନାର ପଞ୍ଚମ ଲହର ଆରମ୍ଭ

ପୁଣି ମୁଣ୍ଡ ଟେକିଛି ଘାତକ ଭାଇରସ। ଆରମ୍ଭ ହୋଇଛି କରୋନାର ପଞ୍ଚମ ଲହର। ଫ୍ରାନ୍ସରେ ପୁଣି କାୟା ମେଲାଇଛି କୋଭିଡ-୧୯।

(ଦିଲ୍ଲୀ) : ପୁଣି ମୁଣ୍ଡ ଟେକିଛି ଘାତକ ଭାଇରସ। ଆରମ୍ଭ ହୋଇଛି କରୋନାର ପଞ୍ଚମ ଲହର। ଫ୍ରାନ୍ସରେ ପୁଣି କାୟା ମେଲାଇଛି କୋଭିଡ-୧୯। ଏନେଇ ବୁଧବାର ଦିନ ଫ୍ରାନ୍ସର ସ୍ୱାସ୍ଥ୍ୟମନ୍ତ୍ରୀ ସତର୍କ କରାଇଛନ୍ତି।

ସୂଚନାନୁଯାୟୀ , ‘ଟିଏଫ୍-ୱାନ୍‌’ ଟେଲିଭିଜନ୍‌ ସହ ସାକ୍ଷାତ୍‌କାର ବେଳେ ଫ୍ରାନ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ଓଲିଭିୟର ବ୍ୟାରନ୍ ସୁନିଶ୍ଚିତ କରି କହିଛନ୍ତି ଯେ, ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ କେତେକ ପଡ଼ୋଶୀ ରାଷ୍ଟ୍ରଙ୍କ ଭଳି ସମ୍ପ୍ରତି ଦେଶ ମହାମାରୀର ପଞ୍ଚମ ଲହରର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଅଧିକରୁ ଅଧିକ ଟିକାକରଣ ଏବଂ ସ୍ୱଚ୍ଛତା ସହ ଆମେ ପଞ୍ଚମ ଲହରକୁ ମାତ୍‌ ଦେଇପାରିବା। ବୁଧବାର ଦିନ ଫ୍ରାନ୍ସରେ ଲଗାତର ଦ୍ୱିତୀୟ ଦିନ ପାଇଁ ପ୍ରାୟ ୧୧, ୮୮୩ କରୋନାର ନୂଆ ମାମଲା ରେକର୍ଡ କରାଯାଇଛି। ଏହାକୁ ମିଶାଇ ଦେଶରେ ଏବେସୁଦ୍ଧା ୭୩ ଲକ୍ଷ ୪୬ ହଜାର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଲକ୍ଷେରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।