ଦୋକାନୀକୁ ଗୁଳିମାଡ

( ପ୍ରଶାନ୍ତ ସ୍ୱାଇଁ): ଜଗତସିଂହପୁର ଜିଲ୍ଲା ସଦର ଥାନା ଟିଟି ଗାଁ ତାଳକୁସୁମରେ ଅଘଟଣ । ପୋଲସ କୁ ଖବର ଦେଉଥିବା ସନ୍ଦେହରେ ଜଣେ ଚା ଦୋକାନୀଙ୍କୁ ଗୁଳିମାଡ଼ କରିଛି ଜଣେ ଲୁଟେରା । ଆହତ ଚା ବ୍ୟବସାୟୀ ତଲକୁସୁମା ଗାଁର ହରିହର ସ୍ୱାଇଁ । ତାଙ୍କ ଜଙ୍ଘରେ ଗୋଟିଏ ଗୁଳି ବାଜିଛି । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଜଗତସିଂହପୁର ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଲୁଟେରାକୁ ଗ୍ରାମବାସୀ ଧରି ପୋଲିସର ଜିମା ଦେଇଛନ୍ତି । ଲୁଟେରା ମଧୁସୂଦନ ପୁର ଗାଁର ସତ୍ୟବ୍ରତ ସ୍ୱାଇଁ ଓରଫ ବବୁଲ ସ୍ଥାନୀୟ ଅଞ୍ଚଳରେ ରାହଜାନ କରେ । ଏ ବାବଦରେ ସମ୍ପୃକ୍ତ ଚା ବ୍ୟବସାୟୀ ତାବାବଦରେ ପୋଲିସକୁ ଖବର ଦେଉଥିବାର ସନ୍ଦେହ କରି ସେ ଆକ୍ରମଣ କରିଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଏକ ମାଉଜର ଓ ୪ଟି ଗୁଳି ଜବତ କରିଛି ।